ବୋନି କପୁରଙ୍କର ଏହି ‘ଦଶା’ ହେତୁ ଶ୍ରୀଦେବୀ ଏବଂ ପ୍ରଥମ ପତ୍ନୀ ମୋନାଙ୍କର ଅକାଳ ମୃତ୍ୟୁ ହେଲା !

୮୦ ଏବଂ ୯୦ ଦଶକରେ ନିଜର ଅଭିନୟ କରିସ୍ମା ମାଧ୍ୟମରେ ଦର୍ଶକଙ୍କ ହୃଦୟର ରାଣୀ ସାଜିଥିବା ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କର ୫୪ ବର୍ଷ ବୟସରେ ଅକାଳ ମୃତ୍ୟୁକୁ ନେଇ ବଲିଉଡ଼୍‍ ହତବାକ୍‌ ହୋଇଥିବା ବେଳେ,ଏ ନେଇ ପତି ବୋନି କପୁରଙ୍କ ‘ଗ୍ରହଦଶା’ ମୁଖ୍ୟତଃ ଦାୟୀ ବୋଲି ଚର୍ଚ୍ଚା ଶୁଣିବାକୁ ମିଳୁଛି।

ସୂଚନା ଅନୁଯାୟୀ, ବଲିଉଡ୍‍ର ପ୍ରଯୋଜକ ବୋନି କପୁର୍‌ଙ୍କର ଜନ୍ମ ୨୨ ଅପ୍ରେଲ୍‌ ୧୯୫୫ ମସିହାରେ ମିରଠରେ ହୋଇଥିଲା। ତେବେ ବୋନିଙ୍କ ଜନ୍ମ ସମୟରେ ତାଙ୍କର କୁଣ୍ଡଳୀରେ ରହିଥିବା ପତ୍ନୀଙ୍କ ସ୍ଥାନରେ ରାହୁ ଓ କେତୁର ଉପସ୍ଥିତି କାରଣରୁ ବୋନିଙ୍କ ଗ୍ରହ ସର୍ବଦା ହିଁ ପତ୍ନୀଙ୍କ ଗ୍ରହ ଉପରେ ଭାରୀ ରହିଥିଲା ବୋଲି ଜନୈକ ଜ୍ୟୋତିର୍ବିଦ୍‌ କହିଛନ୍ତି । ଯେଉଁ କାରଣକୁ ନେଇ ନିର୍ମାତା ତଥା ପ୍ରଯୋଜକ ବୋନି କପୁରଙ୍କ ଉଭୟ ପତ୍ନୀ ମୋନା କପୁର ଏବଂ ଶ୍ରୀଦେବୀଙ୍କର ଆକାଳ ମୃତ୍ୟୁ ହୋଇଥିବା କୁହାଯାଉଛି।

NYOOOZ

ସୂତ୍ର ଅନୁସାରେ ବୋନି କପୁରଙ୍କର ପ୍ରଥମ ବିବାହ ମୋନା କପୁର୍‌ଙ୍କ ସହିତ ୧୯୮୩ରେ ହୋଇଥିବା ବେଳେ ୨୫ ମାର୍ଚ୍ଚ ୨୦୧୨ରେ ମୋନାଙ୍କର କ୍ୟାନ୍‌ସରରେ ମୃତ୍ୟୁ ହୋଇଥିଲା। ଠିକ୍‌ ସେହିପରି ୧୯୯୬ ଜୁନ୍‌ ୫ ତାରିଖରେ ବୋନି ଅଭିନେତ୍ରୀ ଶ୍ରୀଦେବୀଙ୍କୁ ପ୍ରେମ ବିବାହ କରିଥିଲେ। ହେଲେ ଶ୍ରୀଦେବୀ ପୁତୁରା ବାହାଘରରେ ଯୋଗ ଦେବା ଲାଗି ଦୁବାଇ ଯାଇଥିବା ବେଳେ ଫେବୃଆରି ୨୪ ତାରିଖ ଶନିବାର ବିଳମ୍ବିତ ରାତ୍ରିରେ ମୃତ୍ୟୁମୁଖରେ ପଡ଼ିଥିଲେ।

ସମ୍ବନ୍ଧିତ ଖବର