ବିବାହ ଉତ୍ସବରେ ଶ୍ରୀଦେବୀ ଏବଂ ଅନିଲ କପୁରଙ୍କ ଡ୍ୟାନ୍ସ ଭିଡ଼ିଓ ଭାଇରାଲ୍‌

ନୂଆଦିଲ୍ଲୀ: ଗତ ରବିବାର ଶ୍ରୀଦେବୀଙ୍କ ଦୁବାଇଠାରେ ତାଙ୍କ ଭଣଜା ମୋହିତ ମାରଓ୍ଵାଙ୍କ ବିବାହ ଉତ୍ସବରେ ଅଂଶ ଗ୍ରହଣ କରିବା ପରେ ମୃତ୍ୟୁ ଘଟିଥିଲା । ପ୍ରଥମେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବାର ଶୁଣାଯାଉଥିବା ବେଳେ ପରେ ଫରେନସିକ ରିପୋର୍ଟରୁ ଜଣାପଡ଼ିଥିଲା କି ପାଣିରେ ବୁଡ଼ିବାଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ଶ୍ରୀଦେବୀଙ୍କ ମର ଶରୀର ଦୁବାଇରୁ ମୁମ୍ବାଇ ଆସୁଛି।

ମୃତ୍ୟୁ ପରଠାରୁ ଶ୍ରୀଦେବୀଙ୍କର ଅନେକ ଭିଡ଼ିଓ ଏବଂ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ତେବେ ବର୍ତ୍ତମାନ ତାଙ୍କର ଏକ ଭିଡ଼ିଓ ଭାଇରାଲ ହୋଇଛି ଯେଉଁଥିରେ ବିବାହ ଦିନ ଶ୍ରୀଦେବୀ ତାଙ୍କ ଦିଅର ଅନିଲ କପୁରଙ୍କ ସହ ମନଖୁସୀରେ ନାଚ କରୁଥିବାର ଦେଖାଯାଇଛି। ଅନେକ ସୁପରହିଟ ଚଳଚ୍ଚିତ୍ରରେ ନାୟକ-ନାୟିକା ଭାବେ ଦେଖିବାକୁ ମିଳିଛନ୍ତି ଶ୍ରୀଦେବୀ ଏବଂ ଅନିଲ କପୁର । କିନ୍ତୁ ମୃତ୍ୟୁ ପୂର୍ବରୁ ଆସିଥିବା ଏହି ଭିଡିଓେରେ ଶ୍ରୀଦେବୀଙ୍କ ହସ ହସ ଚେହେରା ତାଙ୍କ ପ୍ରଶଂସକଙ୍କୁ ଆହୁରି ଭାବବିହ୍ଵଳ କରିଦେଇଛି ।

ଏଥିସହ ଶ୍ରୀଦେବୀଙ୍କର ଆଉ ଏକ ଭିଡିଓ ମଧ୍ୟ ଦେଖିବାକୁ ମିଳିଛି, ଯେଉଁଥିରେ ସେ ପତି ବୋନି କପୁରଙ୍କ ସହ ନାଚୁଛନ୍ତି। ଏହି ଭିଡିଓରେ ମଧ୍ୟ ଶ୍ରୀଦେବୀଙ୍କ ମୁହଁରୁ ଆନନ୍ଦରେ ମତୁଆଲା ହେବାର ଭାବ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର