ଦୀପିକାଙ୍କ ଏହି ଜ୍ଞାନ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେଲେ ଶ୍ରୀସନ୍ଥ, ପତ୍ନୀଙ୍କୁ ଦେଖା କରିବା ପାଇଁ ମାଗିଲେ ଅନୁମତି

ମୁମ୍ବାଇ : ଗତ ସପ୍ତାହରେ ଆରମ୍ଭ ହୋଇଥିବା ଭାରତର ସବୁଠାରୁ ବଡ଼ ରିୟଲିଟି ସୋ’ ବିଗ୍‌ ବସ୍‌କୁ ନେଇ ଏବେ ଚାରି ଆଡ଼େ ଚର୍ଚ୍ଚା । ଚଳିତ ବର୍ଷ ଏହି ସୋ’କୁ ଆସିଥିବା ଯୋଡ଼ିକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ସମସ୍ତଙ୍କ ଅସଲ ଚେହେରା ସାମ୍ନାକୁ ଆସିବାରେ ଲାଗିଛି । ଘର ଭିତରେ ପ୍ରତିଯୋଗୀ ଶ୍ରୀସନ୍ଥ ଏବଂ ଦୀପିକା କକ୍କରଙ୍କ ମଧ୍ୟରେ ଭଲ ବନ୍ଧୁତା ଆରମ୍ଭ ହୋଇଥିବା ଦେଖାଯାଇଛି । ଦୀପିକା ସବୁ ବେଳେ ଶ୍ରୀସନ୍ଥଙ୍କୁ ନିଜ ରାଗ ଉପରେ ନିୟନ୍ତ୍ରଣ କରିବା ପାଇଁ ଉପଦେଶ ଦେଉଥିବା ବେଳେ ଶ୍ରୀସନ୍ଥ ଏବେ ଦୀପିକାଙ୍କ ଭିନ୍ନ ଟ୍ୟାଲେଣ୍ଟକୁ ନେଇ ଖୁବ୍‌ ପ୍ରଶଂସା କରୁଥିବା ଜଣାଯାଇଛି ।

Pinkvilla

ଖାଲି ସେତିକି ନୁହେଁ, ଶ୍ରୀସନ୍ଥ ତାଙ୍କ ପତ୍ନୀ ଦୀପିକାଙ୍କୁ ଦେଖା କରନ୍ତୁ ବୋଲି ମଧ୍ୟ ଆଶା ରଖିଥିବା କହିଛନ୍ତି । ସୂଚନା ମୁତାବକ, ବିଗ୍‌ ବସ୍‌ ଘରକୁ କୌଣସି ଡ଼ିଜାଇନର ପୋଷାକ ଆଣି ନ ଥିବା କହିଥିଲେ ଦୀପିକା । ସେ ଯାହା ବି ପୋଷାକ ଆଣିଛନ୍ତି ତାହାକୁ ସେ ନିଜେ ଡ଼ିଜାଇନ୍‌ କରିଥିବା ଜଣାଇବା ପରେ ଶ୍ରୀସନ୍ଥ ଏହା ଜାଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପରେ ଶ୍ରୀସନ୍ଥ ଦୀପିକାଙ୍କୁ ତୁମେ ମୋ ପତ୍ନୀଙ୍କୁ ଦେଖାକର । ଏପରି କଲେ ମୋର ଅନେକ ଟଙ୍କା ବଞ୍ଚିବ ବୋଲି ସେ କହିଥିବା ଦେଖା ଯାଇଥିଲା ।

ସମ୍ବନ୍ଧିତ ଖବର