ମୁମ୍ବାଇ: ବଲିଉଡ଼୍ର ଡ୍ରିମ୍ଗାର୍ଲ ହେମା ମାଳିନୀ ଆଜି ୭୦ ବର୍ଷରେ ପଦାର୍ପଣ କରିଛନ୍ତି । ଆଜି ଆମେ ଜାଣିବା ତାଙ୍କ ସହ ଶାହରୁଖ୍ ଖାନଙ୍କର ସଂପର୍କ ବିଷୟରେ। ଡ୍ରିମ୍ଗାର୍ଲ ହେମାମାଳିନୀ କିନ୍ତୁ କିଙ୍ଗ୍ ଖାନ୍ଙ୍କର ଗୋଟିଏ କଥାକୁ ନେଇ ସେ ତାଙ୍କ ଉପରେ ବହୁତ ମାତ୍ରାରେ ହିଁ ଚିଡ଼ୁଥିଲେ!
ବଲିଉଡ଼୍ର କିଙ୍ଗ୍ ଖାନ୍ ଯେତେବେଳେ ମୁମ୍ବାଇକୁ ଆସି ତାଙ୍କର କ୍ୟାରିଅର୍ର ଆରମ୍ଭ କରୁଥିଲେ,ସେତେବେଳ ତାଙ୍କୁ ହେମା ମାଳିନୀ ନିଜ ନିର୍ଦ୍ଦେଶିତ ଫିଲ୍ମ ‘ଦିଲ୍ ଆସନା ହେ’ରେ କାମ କରିବାର ଅଫର୍ ଦେଇଥିଲେ।ପ୍ରଥମରୁ ହେମା ତାଙ୍କ ଫିଲ୍ମରେ ଶାହରୁଖ୍ଙ୍କୁ ହିରୋ ଭାବେ ନେବାକୁ ଇଛା ପ୍ରକାଶ କରୁନଥିଲେ।
ହେଲେ ଯେତେବେଳ ହେଲେ ଯେତେବେଳେ, ଅନ୍ୟ ହିରୋମାନେ ରାଜି ହେଲେ ନାହିଁ ସେତେବେଳେ ବାଧ୍ୟ ହୋଇ ହେମା ମାଳିନୀ ଶାହରୁଖ୍ଙ୍କୁ ତାଙ୍କ ଫିଲ୍ମର ହିରୋ ଭାବେ ନେଇଥିଲେ।ଏଥିସହିତ ଏହା ମଧ୍ୟ ଶୁଣାଯାଏ ଯେ ହେମା କୁଆଡ଼େ ଶାହରୁଖ୍ଙ୍କ କଥାବାର୍ତ୍ତ ଶୈଳୀ ଓ ତାଙ୍କର କେଶକୁ ନେଇ ବହୁତ ଚିଡ଼ୁଥିଲେ। ହେଲେ ପରେ ଶାହରୁଖ୍ଙ୍କର ଏହି କଥା କହିବାର ଶୈଳୀ ମନକୁ କିଣି ନେଇଥିଲେ ବି ସର୍ବଦା ସେ ତାଙ୍କ କେଶକୁ ନେଇ ଚିଡ଼ୁଥିଲେ।