‘କସୌଟି ଜିନ୍ଦେଗିକି-୨’ରେ କିଙ୍ଗ୍‌ ଖାନ କରିବେ ଏହି କାମ

ଲୋକପ୍ରିୟ ଟେଲି ଧାରାବାହିକ ‘କସୌଟି ଜିନ୍ଦେଗିକି-୨’ର ନିର୍ମାତା ଏକତା କପୁର ଏହାକୁ ହିଟ୍‌ କରିବା ପାଇଁ ବିଭିନ୍ନ ପ୍ରକାର କୌଶଳ ଆପଣାଇଛନ୍ତି । ଏଥି ମଧ୍ୟରୁ ଗୋଟିଏ କଥା ହେଲା କସୌଟି ଜିନ୍ଦେଗିକି-୨ ରେ କିଙ୍ଗ ଖାନ୍‌ ସାହାରୁଖ କରିବେ ଏଣ୍ଟ୍ରି ।

କୁହାଯାଉଛି ଯେ ସାହାରୁଖ ଖାନ୍‌ ପ୍ରାୟ ୩୦ ବର୍ଷ ପରେ ପୁଣି କୌଣଷି ଟେଲି ଧାରା ବାହିକରେ କାମ କରିବାକୁ ଯାଉଛନ୍ତି । ଯଦି ଆପଣ ଭାବୁଛନ୍ତି ସାହାରୁଖ୍‌ ଏଥିରେ କୌଣସି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି ବୋଲି, ତେବେ ତାହା ଆପଣଙ୍କର ଭୁଲ ଧାରଣା ବୋଲି ଧରି ନିଅନ୍ତୁ ।

ସାହାରୁଖ୍‌ ‘କସୌଟି ଜିନ୍ଦେଗିକି-୨’ରେ ଉପସ୍ଥାପକ ଭାବେ ନଜର ଆସିବେ । ଅର୍ଥାତ ଏହି ଧାରାବାହିକର ପୂର୍ବ କାହାଣୀକୁ ସେ ଦର୍ଶକଙ୍କ ସାମ୍ନାକୁ ପ୍ରଥମେ ଆଣିବେ ।

ଏହି ଖବର ଏବେ ସାହାରୁଖ୍‌ ଖାନ୍‌ଙ୍କ ଫ୍ୟାନ ମାନଙ୍କ ମହଲରେ ଉତ୍ସୁକତା ସୃଷ୍ଟି କରିଛି । ଏଠାରେ ସୂଚନା ଯୋଗ୍ୟ ସହାରୁଖ୍‌ ଖାନ୍‌ ‘ସର୍କସ’ ଓ ‘ଫୌଜି’ଭଳି ମେଗା ଧାରା ବାହିକରେ ଅଭିନୟ କରିଥିଲେ । ତା’ପରେ ସେ ବଲିଉଡରେ ଏଣ୍ଟ୍ରି କରିଥିଲେ । ଆଗାମୀ ସେପ୍ଟେମ୍ବର ୧୦ ତାରିଖରେ ‘କସୌଟି ଜିନ୍ଦେଗିକି-୨’ ର ସୁଟିଂ ଆରମ୍ଭ ହେଉଛି ।

ସମ୍ବନ୍ଧିତ ଖବର