ମୁମ୍ବାଇ: ଜାମିନ ପ୍ରକ୍ରିୟା ଶେଷ ହେବା ପରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ଆର୍ୟନ୍ ଖାନ୍ଙ୍କ ଆର୍ଥର୍ ରୋଡ୍ ଜେଲ୍ରୁ ମୁକୁଳିଥିଲେ। ପୁଅ ମୁକୁଳିବା ପରେ ଏବେ ବଲିଉଡ କିଙ୍ଗ ଶାହରୁଖ ଖାନ ସିଦ୍ଧିବିନାୟକ ମନ୍ଦିର ଯିିବେ ବୋଲି ଜଣାପଡ଼ିଛି।
ସୂଚନା ମିଳିଛି ଯେ, ପୁଅ ଆର୍ୟନ୍ ଖାନ୍ ଶେଷରେ ଆର୍ଥର ରୋଡ୍ ଜେଲରୁ ମୁକ୍ତ ହୋଇଥିବାରୁ ପୂଜାର୍ଚ୍ଚନା କରିବା ପାଇଁ ଏବଂ ଧନ୍ୟବାଦ ଜଣାଇବା ପାଇଁ ଶାହରୁଖ ଖୁବ ଶୀଘ୍ର ସିଦ୍ଧିବିନାୟକ ମନ୍ଦିର ପରିଦର୍ଶନ କରିପାରନ୍ତି।
ଉଲ୍ଲେଖଯୋଗ୍ୟ,‘ଡ୍ରଗ୍ସ୍-ଅନ୍-କ୍ରୁଜ୍’ ମାମଲାରେ ପ୍ରାୟ ୩ ସପ୍ତାହ ଜେଲ୍ରେ ରହିବା ପରେ ଆଜି ଆର୍ୟନ୍ଙ୍କୁ ମୁକ୍ତ କରାଯାଇଛି। ଆଜି ସକାଳେ ଆର୍ଥର୍ ରୋଡ୍ ଜେଲ୍ କର୍ମଚାରୀମାନେ ‘ବେଲ୍ ବକ୍ସ୍’ରୁ ଜାମିନ କାଗଜପତ୍ର ନେଇ ଆର୍ୟନ୍ଙ୍କୁ ମୁକୁଳାଇବା ପ୍ରକ୍ରିୟା ଆରମ୍ଭ କରିଥିଲେ। ଗୁରୁବାର ଦିନ ବମ୍ବେ ହାଇକୋର୍ଟ ୧୪ଟି ସର୍ତ୍ତ ରଖି ଆର୍ୟନ୍ଙ୍କୁ ଜାମିନ ମଞ୍ଜୁର କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/t-267.jpg)