ଶଶି କପୁରଙ୍କୁ ନିଜ ସିନେମାରେ ଶ୍ରଦ୍ଧାଞ୍ଜଳି ଦେବେ ଶାହରୁଖ୍‌ ଖାନ୍‌!

ମୁମ୍ବାଇ: ଦିବଙ୍ଗତ ଦାଦା ସାହେବ ଫାଲକେ ପୁରସ୍କାର ବିଜେତା ଅଭିନେତା ଶଶୀ କପୁରଙ୍କୁ ବଲିଉଡ ସୁପରଷ୍ଟାର୍‌ ତାଙ୍କ ଅଭିନୀତ ଏକ ସିନେମାରେ ଶ୍ରଦ୍ଧାଞ୍ଜଳି ଦେବେ ବୋଲି ଜଣାଯାଇଛି। ଅବଶ୍ୟ ଏଭଳି ନିଷ୍ପତ୍ତି ଏବେକାର ନୁହେଁ। ଶଶି କପୁର ଜୀବିତ ଥିବା ବେଳେ ନିର୍ଦ୍ଦେଶକ ଆନନ୍ଦ ଏଲ ରାୟ ଏହା ସ୍ଥିର କରିଥିଲେ। ଏହି ସିନେମା ହେଲା ଆନନ୍ଦ ଏଲ୍‌ ରାୟଙ୍କର ନାମକରଣ ହୋଇ ନଥିବା ଫିଲ୍ମ। ଏଥିରେ ଶାହରୁଖ୍‌ ଜଣେ ଗେଡ଼ା ଲୋକର ଭୂମିକା ନିଭାଉଛନ୍ତି। ଏଥିରେ ସେ ତାଙ୍କର ଜବ୍‌ ତକ୍‌ ହେ ଜାନ୍‌ ପାର୍ଟନର୍‌ କାଟ୍ରିନା କୈଫ୍‌ ଏବଂ ଅନୁଷ୍କା ଶର୍ମାଙ୍କ ସହ ସ୍କ୍ରିନ୍‌ ସେଆର୍‌ କରିଛନ୍ତି।

ଶଶି କପୁରଙ୍କ ଏକ ଜନପ୍ରିୟ ସିନେମା ହେଲା ୧୯୬୫ରେ ମୁକ୍ତିପ୍ରାପ୍ତ ସୁପରହିଟ୍‌ ଛବି ‘ଜବ୍‌ ଜବ୍‌ ଫୁଲ୍‌ ଖିଲେ’। ଆଉ ଏହାର ଏକ ଏଭରଗ୍ରୀନ୍‌ ଗୀତ ହେଲା ‘ହମକୋ ତୁମପେ ପ୍ୟାର୍‌ ଆୟା..’। ଏହି ଲୋକପ୍ରିୟ ଗୀତ ଉପରେ ବଲିଉଡ ସୁପରଷ୍ଟାର୍‌ ଶାହରୁଖ୍‌ ଖାନ୍‌ ଡ୍ୟାନସ୍‌ କରିବେ ବୋଲି ଜଣାଯାଇଛି। ଏହି ସିନେମାରେ ଶାହରୁଖ୍‌ ନିଜ ଶୈଳୀରେ ନୃତ୍ୟ କରିବେ ବୋଲି କୁହାଯାଉଛି।ଏହା ଜରିଆରେ ସେ ଶଶିଙ୍କ ପ୍ରତି ତାଙ୍କର ଭଲ ପାଇବା ଦେଖାଇବେ କିଙ୍ଗ ଖାନ୍‌। ତେବେ ଏଭଳି ସିନର କାହିଁକି ଆବଶ୍ୟକତା ପଡ଼ଲା ତାହା ସିନେମା ରିଲିଜ୍‌ ହେବାପରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର