ଜାଣନ୍ତି କି ! ଏହି ତିନି ଟପ୍‌ ନାୟିକାଙ୍କ ସହ ଶାହରୁଖଙ୍କର ଯୋଡି ହିଟ୍‌ ନ ଥିଲା

ମୁମ୍ବାଇ:ବଲିଉଡ ବାଦଶାହା ଶାହାରୁଖ୍‌ ଖାନ୍‌ ତାଙ୍କର ଲମ୍ବା କ୍ୟାରିଅର୍‌ ଭିତରେ ଅଧିକାଂଶ ଟପ୍‌ ହିରୋଇନଙ୍କ ସାଥ୍‌ ପାଇଛନ୍ତି। ଏମାନଙ୍କ ଭିତରୁ କାଜୋଲ ,ମାଧୁରୀ,ଦୀପିକାଙ୍କ ସମେତ କେତେକଙ୍କ ତାଙ୍କର ଯୋଡି ହିଟ୍‌ ହୋଇଛି ।ହେଲେ ଏମିତି କିଛି ପାର୍ଟନର ବି ଅଛନ୍ତି ଯେଉଁମାନଙ୍କ ସହ ତାଙ୍କର ଯୋଡି କ୍ଲିକ୍‌ କରି ନଥିଲା। ଆସନ୍ତୁ ଜାଣିବେ କେଉଁମାନଙ୍କ ସହ ଏମିତି ହୋଇଥିଲା।
ରବିନା ଟଣ୍ଡନ:- ବଲିଉଡ଼୍‍ର ଏକ କମ୍‌ ଜଣାଶୁଣା ଯୋଡ଼ି ହେଲେ ଶାହାରୁଖ୍‌ ଖାନ୍‌-ରବିନା ଟଣ୍ଡନଙ୍କ ଯୋଡ଼ି। ଏହି ଯୋଡ଼ିକୁ ଦର୍ଶକ ‘ୟେ ଲମ୍‌ହେ’ ଓ ‘ଜମାନା ଦିଓ୍ଵାନା’ ସିନେମାରେ ଦେଖିବାକୁ ପାଇଛନ୍ତି। କିନ୍ତୁ ଦୁଇଟି ଯାକ ସିନେମା ସୁପର ଫ୍ଲପ୍‌ ହୋଇଥିଲା।ଏହାପରେ ଶାହାରୁଖ୍‌ ଅନ୍ୟ ନାୟିକାଙ୍କ ସହିତ କାମ କରିଥିଲେ ଏବଂ ରବିନା ଟଣ୍ଡନ ଅନ୍ୟ ନାୟକଙ୍କ ବିପକ୍ଷରେ ନାୟିକା ସାଜି ସଫଳତା ହାସଲ କରିଥିଲେ। କିନ୍ତୁ ଏଦୁହେଁ ଏକାଠି କାମ କରିନାହାନ୍ତି ପରେ।

photo-rediff.com

ସେଲିନା ବେନ୍ଦ୍ରେ:- ସେକ୍ସି ସୋନାଲି ବେନ୍ଦ୍ରେଙ୍କୁ ବହୁ ତାରକାଙ୍କ ସହ କାମ କରିବାର ସୁଯୋଗ ମିଳିଛି। ସୁପରଷ୍ଟାର୍‌ ଶାହାରୁଖ୍‌ ଖାନ୍‌ ସୋନାଲି ବେନ୍ଦ୍ରେଙ୍କ ସହ ଦୁଇଟି ସିନେମାରେ ନଜର ଆସିଥିଲେ।ଏହି ଯୋଡ଼ିର ପ୍ରଥମ ଫିଲ୍ମ ହେଲା ‘ଇଂଲିଶ୍‌ ବାବୁ ଦେଶୀ ମେମ୍‌’।ଏହା ସୁପରଫ୍ଲପ୍‌ ହୋଇଥିଲା।ତା’ପରେ ଶାହାରୁଖ୍‌ ଖାନ୍‌-ସୋନାଲି ବେନ୍ଦ୍ରେ ପୁଣି ଥରେ ପ୍ରଖ୍ୟାତ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ‘ଡ଼ୁପ୍ଲିକେଟ୍‌’ରେ ନଜର ଆସିଥିଲେ।ଏଥିରେ ଅବଶ୍ୟ ଜୁହି ଚାଓ୍ଵଲା ବି ଥିଲେ । ଡ଼ୁପ୍ଲିକେଟ୍‌ ବି ଫ୍ଲପ୍‌ ହୋଇଥିଲା।ତାପରେ ଏମାନେ ନାୟକ-ନାୟିକା ଯୋଡି ବନି ନଥିଲେ।

 

ଶ୍ରୀଦେବୀ:- ୧୯୯୬ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଆର୍ମି’ରେ ପ୍ରଥମ ଥର ପାଇଁ ଶାହାରୁଖ୍‌ ଖାନ୍‌-ଶ୍ରୀଦେବୀଙ୍କ ଯୋଡ଼ି ଦର୍ଶକ ଦେଖିବାକୁ ପାଇଥିଲେ।ନିତିନ ମନମୋହନ ଓ ମୁକୁଲ ଆନନ୍ଦଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ରାମ ସେଟ୍ଟୀ।ଏହି ଫିଲ୍ମର କଥା ବସ୍ତୁ ଅନୁଯାୟୀ,ମେଜର ଅର୍ଜୁନ ସିଂହ (ଶାହାରୁଖ୍‌ ଖାନ୍‌)ଙ୍କୁ ପ୍ରେମ ବିବାହ କରିଥିଲେ ଗୀତା(ଶ୍ରୀଦେବୀ)।ହେଲେ ଗ୍ୟାଙ୍ଗ୍‌ ଷ୍ଟାର୍‌ ନାଗ୍‌ରାଜ (ତାନି ଡ଼େଂ ଜ୍‌ାଁ ଗପ୍ପା)ଅର୍ଜୁନଙ୍କୁ ହତ୍ୟା କରିଥିଲେ। ସ୍ୱାମୀ ହତ୍ୟାର ପ୍ରତିଶୋଧ ନେଉଛନ୍ତି ଗୀତା। କିନ୍ତୁ ‘ଆର୍ମି’ ବକ୍ସ୍‍ ଅଫିସ୍‌ରେ ଧମାଲ୍‌ କରି ପାରି ନଥିଲା।ଏହା ସୁପର ଫ୍ଲପ୍‌ ହୋଇଥିଲା। ଏହାପରେ ଶାହାରୁଖ୍‌ ଖାନ୍‌-ଶ୍ରୀଦେବୀଙ୍କ ଯୋଡ଼ି ଅନ୍ୟ ସିନେମାରେ ନଜର ଆସି ନାହାନ୍ତି।

ସମ୍ବନ୍ଧିତ ଖବର