ନୂଆଦିଲ୍ଲୀ: ମୁଁ ପ୍ରଭୁ ଶ୍ରୀରାମଙ୍କୁ ପସନ୍ଦ କରେ ନାହିଁ। ଏଭଳି ଲେଖି ବିବାଦରେ ଲୋକପ୍ରିୟ ନିର୍ଦ୍ଦେଶକ। ଭାଇରାଲ ହେଲା ଏସ୍ ଏସ୍ ରାଜାମୌଲିଙ୍କ ପୁରୁଣା କମେଣ୍ଟ। ଭାରତୀୟ ସିନେମାକୁ ବିଶ୍ବ ସ୍ତରରେ ପହଞ୍ଚାଇଥିବା ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲି ଏବେ ପୁଣି ବିବାଦୀୟ ହୋଇପଡ଼ିଛନ୍ତି। ପ୍ରଭୁ ଶ୍ରୀରାମଙ୍କୁ ନେଇ ସେ ‌ଲେଖିଥିବା କମେଣ୍ଟ ଏବେ ଭାଇରାଲ ହେବା‌‌ରେ ଲାଗିଛି। ୨୦୧୧ ସେ ନିଜ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇବାକୁ ଯାଇ କିଛି ଏଭଳି ଲେଖିଥିଲେ, ଯାହା ତାଙ୍କୁ ଏବେ ବିବାଦୀୟ କରିଛି। କିଛି ଦିନ ତଳେ ପ୍ରଭୁ ହନୁମାନଙ୍କୁ ନେଇ କହିଥିବା କଥା ତାଙ୍କୁ ବିବାଦରେ ଛନ୍ଦି ଥିଲା। ଏବେ ସେ ପ୍ରଭୁ ଶ୍ରୀରାମଙ୍କୁ ପସନ୍ଦ କରେ ନାହିଁ ବୋଲି ଲେଖିଥିବା ଜାଣି ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।

Advertisment

ପୁରୁଣା ‌କମେଣ୍ଟ ସାଜୁଛି କଣ୍ଟା

ବାହୁବଳୀ, ଆରଆରଆର ଭଳି ବଡ଼ ବଜେଟ୍ ହିଟ୍ ଫିଲ୍ମ ତିଆରି କରି ଫିଲ୍ମ ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ରାଜମୌଲି। ତାଙ୍କ ନିର୍ଦେଶିତ ଫିଲ୍ମକୁ ଆଜିବି ଲୋକମାନେ ଦେଖିବାକୁ ପସନ୍ଦ କରିଥାଆନ୍ତି। ଏସଏସ ରାଜମୌଲିଙ୍କ ପ୍ରାୟ ଚଳଚିତ୍ର ପୌରାଣିକ କାହାଣୀ ଏବଂ ଇତିହାସ ଉପରେ ଆଧାରିତ ହୋଇଥାଏ। ଏହା ସତ୍ତ୍ବେ ବି ସେ ଭଗବାନଙ୍କ ଉପରେ ବିଶ୍ବାସ କରୁନଥିବା ଅନେକ ଥର କହିଛନ୍ତି। ଆଗକୁ ତାଙ୍କର ବଡ଼ ବଜେଟ ଫିଲ୍ମ ବାରାଣସୀ ରିଲିଜ୍ ହେବ। ଏହା ପୂର୍ବରୁ ତାଙ୍କର ପୁରୁଣା ପୋଷ୍ଟ ଚର୍ଚ୍ଚାକୁ ଆସିଛି।

ଭଗବାନ କୃଷ୍ଣ ମୋତେ ପସନ୍ଦ

ଜଣେ ପ୍ରଶଂସକଙ୍କ ତାଙ୍କୁ ଏକ୍ସରେ ରାମ ନବମୀରେ ଶୁଭେଛା ଜଣାଇଥିଲେ। ଏହି ଶୁଭେଛା ବାର୍ତ୍ତାର ଉତ୍ତର ଦେବାକୁ ଯାଇ ରାଜାମ‌ୌଲି ଲେଖିଥିଲେ ଯେ, "ମୁଁ କେବେ ଭଗବାନ ରାମଙ୍କୁ ପସନ୍ଦ କରି ନାହିଁ। ତାଙ୍କର ସବୁ ଅବତାର ମଧ୍ୟରୁ ଭଗବାନ କୃଷ୍ଣ ଅବତାର ମୋର ପ୍ରିୟ।" ତାଙ୍କର ଏହି ଉତ୍ତର ଏବେ ତାଙ୍କ ପାଇଁ କଣ୍ଟା ସାଜିଛି। ଈଶ୍ବର ବିଶ୍ବାସୀ ହୋଇନଥିବାରୁ ଲୋକେ ତାଙ୍କୁ ଟ୍ରୋଲ କରିଛନ୍ତି। ବିବାଦ ମଧ୍ୟରେ ଏପର୍ଯ୍ୟନ୍ତ ରାଜାମୌଲିଙ୍କ ପ୍ରତିକ୍ରିୟା ଆସିନାହିଁ। ପୂର୍ବରୁ ସମାଲୋଚନାର ଶିକାର ହୋଇଥିବା ରାଜାମୌଲି ଚୁପ ରହିବାକୁ ପସନ୍ଦ କରିଥିଲେ। ଏଥର ସେ ପ୍ରତିକ୍ରିୟା ରଖିବେ କି ନାହିଁ ତାହା ଦେଖିବାକୁ ବାକି ରହିଲା।

ମୁଁ ନାସ୍ତିକ

ଫିଲ୍ମ ବାରାଣସୀର ଟିଜର ରିଲିଜ୍ ଇଭେଣ୍ଟରେ କିଛି ଯାନ୍ତ୍ରିକ ତ୍ରୁଟି ପାଇଁ ଫିଲ୍ମର ଟିଜର ଚାଲିବାରେ ଅସୁବିଧା ହୋଇଥିଲା। ଏହାକୁ ଠିକ୍ କରିବା ପାଇଁ ସମୟ ଲାଗିବାରୁ ବିରକ୍ତ ହୋଇଯାଇଥିଲେ ରାଜାମୌଲି। ଭାବପ୍ରବଣ ହୋଇ ରାଜାମୌଲି ଉପସ୍ଥିତ ୫୦,୦୦୦ ଦର୍ଶକଙ୍କୁ କ୍ଷମା ମାଗିଥିଲେ ଏବଂ କହିଥିଲେ ଯେ, "ପ୍ରଭୁ ହନୁମାନ ମୋତେ ନିରାଶ କରିଛନ୍ତି। ମୁଁ କୌଣସି ଦେବାଦେବୀଙ୍କ ଉପରେ ବିଶ୍ୱାସ କରେ ନାହିଁ। ଏହା ମୋ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ। ମୁଁ ଈଶ୍ୱରଙ୍କ ଉପରେ ବିଶ୍ୱାସ କରେ ନାହିଁ। ଯାନ୍ତ୍ରିକ ତ୍ରୁଟି ଆସିବା ପରେ ମୋ ବାପା ଆସି କହିଲେ ଯେ, ପ୍ରଭୁ ହନୁମାନ ସବୁକିଛି ଠିକ୍ କରିବେ। ହେଲେ ଅନେକ ସମୟ ଧରି ତ୍ରୁଟି ଠିକ୍ ନହେବାରୁ ମୁଁ ବାପାଙ୍କୁ ପାଟି କରି କହିଲି ଯେ, 'ସେ କ'ଣ ମୋତେ ଏପରି ଆଗକୁ ନେବେ?' ମୋ ସ୍ତ୍ରୀ ହନୁମାନଙ୍କର ଜଣେ ବଡ଼ ଭକ୍ତ। ସେ ଭଗବାନଙ୍କ ସହ ବନ୍ଧୁ ପରି ବ୍ୟବହାର କରନ୍ତି ଏବଂ ତାଙ୍କ ସହିତ କଥା ହୁଅନ୍ତି। ଏହି ଘଟଣା ପରେ ମୁଁ ତାଙ୍କ ଉପରେ ମଧ୍ୟ ମୋର କ୍ରୋଧ ପ୍ରକାଶ କରି କହିଲି, 'ସେ କ'ଣ ଏହିପରି ନିଜ କାମ କରନ୍ତି?"

ରୁଜୁ ହେ‌ାଇଥିଲା ଏତଲା

ସେ ପ୍ରଭୁ ହନୁମାନଙ୍କୁ ନେଇ ଏଭଳି ବୟାନ ଦେବା ରାଷ୍ଟ୍ରୀୟ ବାନର ସେନାକୁ ପସନ୍ଦ ଆସିନଥିଲା। ତେଣୁ ରାଷ୍ଟ୍ରୀୟ ବାନର ସେନା ସଦସ୍ୟମାନେ ତାଙ୍କର ମନ୍ତବ୍ୟ ପାଇଁ ନିର୍ଦ୍ଦେଶକଙ୍କ ବିରୋଧରେ ପୁଲିସ‌ରେ ଅଭିଯୋଗ ଦାଖଲ କରିଥିଲା। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଅନେକ ଲୋକ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ।

ଆହୁରି ପଢ଼ନ୍ତୁ: ICC Rejects Bangladesh's Request: ଭାରତ ବାହାରେ ଟି-୨୦ ବିଶ୍ବକପ କରିବାକୁ ଅନୁରୋଧ କରିଥିଲା ବାଂଲାଦେଶ, ପ୍ରତ୍ୟାଖ୍ୟାନ କଲା ICC !

ଆହୁରି ଦେଖନ୍ତୁ: