ମୁମ୍ବାଇ: ଭାରତରେ ନୁହେଁ, ଅନ୍ତର୍ଜାତୀୟସ୍ତରରେ ଏସ୍ଏସ୍ ରାଜାମୌଲୀଙ୍କ ନିର୍ଦ୍ଦେଶିତ ସିନେମା ‘ଆରଆରଆର’କୁ ଏକ ନୂଆ ସଫଳତା ମିଳିଛି। ଏହି ସିନେମାକୁ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଲ୍ମ ପୁରସ୍କାର ମିଳିଥିବା ଜଣାପଡ଼ିଛି।
ନିକଟରେ ନିର୍ଦ୍ଦେଶକ ରାଜାମୌଲୀ ନ୍ୟୁୟର୍କ ଫିଲ୍ମ କ୍ରିଟିକ୍ସ ସର୍କଲରେ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କାର ଗ୍ରହଣ କରିଥିଲେ। ବର୍ତ୍ତମାନ ଏହି ସିନେମାକୁ ଆଟଲାଣ୍ଟା ଫିଲ୍ମ କ୍ରିଟିକ୍ସ ସର୍କଲ ଦ୍ୱାରା ‘ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଲ୍ମ’ ଭାବେ ପୁରସ୍କୃତ କରାଯାଇଛି।
ଗତ ସୋମବାର ଟୁଇଟରରେ ଆଟଲାଣ୍ଟା ଫିଲ୍ମ କ୍ରିଟିକ୍ସ ସର୍କଲ ପକ୍ଷରୁ ମୁଖ୍ୟ ଅଭିନେତା ରାମ ଚରଣ ଏବଂ ଜୁନିୟର ଏନଟିଆରଙ୍କ ଏକ ଫଟୋ ସେୟାର କରାଯାଇ ପୁରସ୍କାରର ଘୋଷଣା କରାଯାଇଛି।
The 2022 Atlanta Film Critics Circle Awards
Best International Picture:
RRR#AFCC#AFCC2022Awards@RRRMovie#RRR#RRRmoviepic.twitter.com/Ol1TLSLcQp— Atlanta Film Critics Circle (@ATLFilmCritics) December 5, 2022
ତେବେ ଲୋକପ୍ରିୟ ସିନେମା ବାହୁବଳୀ ଫେମ ଏସଏସ ରାଜାମୌଲୀଙ୍କ ଆରଆରଆର ମାର୍ଚ୍ଚ ୨୫ରେ ରିଲିଜ ହୋଇଥିଲା । ଏହା ପ୍ରଥମ ଦିନରେ ୨୫୭ କୋଟି ବ୍ୟବସାୟ କରିଥିଲା । ସାରାବିଶ୍ୱରେ ଏହାର ବ୍ୟବସାୟ ୨୧୦୦ କୋଟି ରହିଛି । ମୋଟ୍ ଛଅଟି ଭାଷାରେ ଏହି ଫିଲ୍ମ ରିଲିଜ୍ ହୋଇଛି । ଏଥିରେ ଜୁନିୟର ଏନଟିଆର ଏବଂ ରାମଚରଣଙ୍କ ବ୍ୟତୀତ ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ନଜର ଆସିଥିଲେ।
ସିନେମାର ହିନ୍ଦୀ ଭର୍ସନ ମଇ ୨୦ରେ ନେଟଫିଲକ୍ସରେ ପ୍ରିମିୟର ହୋଇଥିଲା । ଏହାପର ଠାରୁ ଦେଖୁଦେଖୁ ସିନେମା ‘ଆରଆରଆର’ ବିଶ୍ବରେ ନିଜର ପସରା ମେଲାଇ ଦେଇଥିଲା। ଭାରତୀୟ ପ୍ରଶଂସକ ଏହାକୁ ନେଇ ବେଶ୍ ଉତ୍ସାହିତ ଥିବା ବେଳେ ଆଉଥରେ ଏହାକୁ ବଡ଼ ପରଦାରେ ରିଲିଜ୍ କରିବାକୁ ଅନୁରୋଧ କରିଛନ୍ତି।