ଏହି ଷ୍ଟାର୍‌ କିଡ଼୍‍ ହିରୋଇନ୍‌ଙ୍କଠୁ କମ୍‌ ନୁହନ୍ତି

କେତେକ ଷ୍ଟାର୍‌ କିଡ଼୍‍ ହିରୋଇନ୍‌ଙ୍କ ଭଳି ଦେଖିବାକୁ ଓ ସେମାନଙ୍କ କାର୍ଯ୍ୟକଳାପ ବି ଦେଖିଲେ ଲାଗେ ସେମାନଙ୍କୁ ଫିଲ୍ମ ଲାଇନରେ ଆସିବା କଥା।ଏହି ଭଳି କେତେକ ସେଲିବ୍ରିଟି କିଡ଼୍‍ସଙ୍କ ଉପରେ ନଜର ପକାଇବା,ଯେଉଁମାନେ ଆକ୍ଟିଂରେ ଡ଼େବ୍ୟୁ କରି ନାହାନ୍ତି,କିନ୍ତୁ ଲୋକେ ଭାବୁଛନ୍ତି ସେମାନେ ଏହି କ୍ଷେତ୍ରକୁ ଆସିବା କଥା…

ଆଲିଆ ଇବ୍ରାହିମ୍‌:- ମାର୍ଲିନ୍‌ ମୁନ୍‌ରୋଙ୍କ କପି କରି ପ୍ରସିଦ୍ଧ ହୋଇଥିଲେ ଅଭିନେତ୍ରୀ ପୂଜା ବେଦୀ । ତାଙ୍କ ପଦାଙ୍କ ଅନୁସରଣ କରି ପୂଜାଙ୍କ ଝିଅ ଆଲିଆ ଇବ୍ରାହିମ୍‌ ନିଜର ଇନ୍‌ଷ୍ଟାଗ୍ରାମରେ ଫଟୋ ସେଆର୍‌ କରି ବେଶ୍‌ ଚର୍ଚ୍ଚିତା ହୋଇଛନ୍ତି।ତାଙ୍କର ଷ୍ଟାଇଲ୍‌ ଓ ଫ୍ୟାସନ୍‌ ଦେଖି ଯେ କେହି କହିବ,ଇଏ ଜଣେ ଗ୍ଲାମରସ୍‌ ହିରୋଇନ୍‌ ହୋଇ ପାରିବେ।

photo-intoday.in

ସନାୟା କପୁର:- ଅଭିନେତା ସଂଜୟ କପୁରଙ୍କୁ ଦର୍ଶକ ଏବେ ଷ୍ଟାରପ୍ଲସ୍‌ରେ ପ୍ରସାରିତ ମେଗା ଧାରାବାହିକ‘ଦିଲ୍‌ ସମ୍ଭଲ୍‌ ଯା ଜାରା’ ଦେଖିବାକୁ ପାଉଛନ୍ତି। ତାଙ୍କ ଝିଅ ସନାୟା କପୁର ବି ଅଭିନୟ କ୍ଷେତ୍ରକୁ ଆସିବା କଥା। କିନ୍ତୁ ଏଯାବତ୍‌ ସେ ଏହି ଲାଇନ୍‌ରେ ଆସିନାହାନ୍ତି। ସନାୟା କପୁର ତାଙ୍କର କଜିନ୍‌ ତଥା ପପୁଲାର୍‌ ହିରୋଇନ୍‌ ସୋନମ୍‌ କପୁରଙ୍କ ଭଳି ଷ୍ଟାଇଲିସ ଓ ଫ୍ୟାସେନେବଲ। ସେ ମଧ୍ୟ ସୋସିଆଲ୍‌ ମିଡ଼ିଆରେ ନିଜର ବିକିନି ଫଟୋ ସେଆର୍‌ କରି ଖୁବ୍‌ ଚର୍ଚ୍ଚା ସାଉଁଟିଛନ୍ତି।

ଅଲିବିୟାଜା – ଜଣାଶୁଣା ଅଭିନେତା ଜାଭେଦ୍‌ ଜାଫ୍‌ରୀଙ୍କ ଝିଅ ଅଲିବିୟାଜା ଘୋରୀ ବି ଆଜିକାଲି ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ସେ ଏଯାବତ୍‌ରେ ବଲିଉଡ଼୍‍ରେ ଡ଼େବ୍ୟୁ କରିନାହାନ୍ତି ସତ,ହେଲେ ଇନ୍‌ଷ୍ଟାଗ୍ରାମରେ ତାଙ୍କ ଷ୍ଟାଇଲିସ୍‌ ଫଟୋ ନିୟମିତ ସେଆର୍‌ କରୁଛନ୍ତି। ସେ ରିପ୍‌ଡ଼ ଜିନ୍‌ସ ଠୁ ଆରମ୍ଭ କରି ଲମ୍ବା ଗାଉନ୍‌ ଯାଏଁ ପିନ୍ଧି ଶାଳୀନତା ଭିତରେ ଅବଶ୍ୟ ରହୁଛନ୍ତି।

photo-instagram

ନବ୍ୟା:- ବିଗ୍‌ ବି ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ବି ହିରୋଇନ୍‌ଙ୍କ ଭଳି ଅନେକ ସମୟରେ ଚର୍ଚ୍ଚାରେ ରହୁଛନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ନିଜର ହଟ୍‌ ଫଟୋ ସେଆର୍‌ କରି କେତେବେଳେ ଚର୍ଚ୍ଚିତା ହୋଇଛନ୍ତି ତ ପୁଣି କେତେବେଳେ ପାର୍ଟିରେ ନିଜର କଷ୍ଟ୍ୟୁମକୁ ନେଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ନବ୍ୟା ବଲିଉଡ଼୍‍ରେ ଡ଼େବ୍ୟୁ କରିବେ ବୋଲି ଚର୍ଚ୍ଚା ହେଉଥିଲେ,ତାକୁ ଅସ୍ୱୀକାର କରିଛନ୍ତି ମାଆ ଶ୍ୱେତା।

ସମ୍ବନ୍ଧିତ ଖବର