ଏହି ଷ୍ଟାରଙ୍କ ପ୍ରକୃତ ନାମ ଜାଣିବାକୁ ଚାହାଁନ୍ତି କି?
ବଲିଉଡରେ ଏମିତି କେତେକ ଷ୍ଟାର୍ ଅଛନ୍ତି, ଯେଉଁମାନେ ନିଜର ପ୍ରକୃତ ନାମକୁ ବଦଳାଇ ସ୍କ୍ରିନ୍ରେ ଅନ୍ୟ ନାମ ବ୍ୟବହାର କରିଛନ୍ତି, ଆଉ ସଫଳତା ବି ହାସଲ କରିଛନ୍ତି । ଆସନ୍ତୁ ସେମାନଙ୍କ ଉପରେ ନଜର ପକାଇବା …
Sambad is now on WhatsApp
Join and get latest news updates delivered to you via WhatsApp
ଅଜୟ ଦେବଗନ: ପ୍ରଖ୍ୟାତ ଫାଇଟ୍ ଡିରେକ୍ଟର ତଥା ଡିରେକ୍ଟର ବୀରୁ ଦେବଗନ ଙ୍କ ସୁପୁତ୍ର ଅଜୟ ଦେବଗନ କୁକୁ କୋହଲୀଙ୍କ ନିର୍ଦ୍ଦେଶିତ ସୁପରହିଟ୍ ଫିଲ୍ମ ‘ଫୁଲ ଔର କାଣ୍ଟେ ’ ଜରିଆରେ ବଲିଉଡରେ ଏଣ୍ଟ୍ରି କରିଥିଲେ । ତାଙ୍କ ପ୍ରକୃତ ନାମ ହେଲା ବିଶାଲ ଦେବଗନ୍, ମାତ୍ର ସେ ନିଜର ସ୍କ୍ରିନ୍ ନେମ୍ ରଖିଥିଲେ ଅଜୟ ଦେବଗନ୍ ।
ଅମୀର ଖାନ୍: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଭାପେ ପରିଚିତ ଅମୀର ଖାନ୍ ଙ୍କ ଅସଲ ନାମ ହେଲା ମହମ୍ମଦ ଅମୀର ହୁସେନ୍ ଖାନ୍ । ସେ ୧୯୮୪ ରେ ରିଲିଜ୍ ହୋଇଥିବା ‘ହୋଲି’ ରେ ଡେବ୍ୟୁ କରିଥିଲେ, ମାତ୍ର ଅମୀର୍ ‘ କୟାମତ୍ସେ କୟାମତ୍ ତକ୍’ ରେ ଷ୍ଟାର୍ଡମ୍ ପାଇଥିଲେ ।
ଅକ୍ଷୟ କୁମାର- ସୌଗନ୍ଧ ସିନେମା ଜରିଆରେ ବଲିଉଡରେ ପ୍ରବେଶ କରିଥିବା ଅକ୍ଷୟ କୁମାରଙ୍କ ଅସଲ ନାମ ହେଲା ରାଜୀବ ଭାଟିଆ।
ଶ୍ରୀଦେବୀ-୧୯୭୯ରେ ରିଲିଜ୍ ହୋଇଥିବା ଫିଲ୍ମ ‘ ସୋଲ୍ଭାଁ ସାଓ୍ଵାନ୍’ ରୁ ବଲିଉଡରେ କ୍ୟାରିଅର୍ ଆରମ୍ଭ କରିଥିବା ସଫଳ ନାୟିକା ଶ୍ରୀଦେବୀ ଙ୍କ ପ୍ରକୃତ ନାମ ହେଲା ଶ୍ରୀ ଅମ୍ମା ୟଙ୍ଗର୍ ଅୟନ୍ । ତେବେ ପରେ ସେ ହିମ୍ମତଓ୍ଵାଲା,ଜଷ୍ଟିସ୍ ଚୌଧୁରୀ,ତୋହଫା ଭଳି ସୁପରହିଟ୍ ସିନେମାରେ କାମ କରି ଷ୍ଟାର ବନିଥିଲେ।
ସଲମାନ୍ ଖାନ୍- ୧୯୮୮ରେ ‘ ବିବି ହୋ ତୋ ଏସି’ ସିନେମାରୁ ଡେବ୍ୟୁ କରିଥିବା ସଲମାନ୍ ଖାନ୍ ଙ୍କ ପ୍ରକୃତ ନାମ ହେଲା ଅବଦୁଲ୍ ରସିଦ୍ ସଲିମ୍ ସଲମାନ୍ ଖାନ୍ ।
ରେଖା- ୧୯୭୦ର ସିନେମା ‘ ସାଓ୍ଵନ୍ ଭାଦୋଁ’ ରୁ ନାୟିକା ଭାବେ ବଲିଉଡରେ ପାଦ ଥାପିଥିଲେ ରେଖା । ହେଲେ ତାଙ୍କ ପ୍ରକୃତ ନାମ ହେଲା ଭାନୁ ରେଖା ଗଣେଶନ୍ ।
ଶିଳ୍ପା ସେଟ୍ଟି- ୧୯୯୩ରେ ଫିଲ୍ମ ‘ବାଜିଗର’ରେ ନାୟିକା ଭାବେ ବଲିଉଡରେ କ୍ୟାରିଅର୍ ଆରମ୍ଭ କରିଥିବା ଶିଳ୍ପା ସେଟ୍ଟିଙ୍କ ପ୍ରକୃତ ନାମ ହେଲା ଅଶ୍ୱିନୀ ସେଟ୍ଟି ।
ଜୟାପ୍ରଦା- ୧୯୭୨ର ସିନେମା ‘ ଅପ୍ନା ଦେଶ’ରୁ କ୍ୟାରିଅର୍ ଆରମ୍ଭ କରିଥିବା ଲୋକପ୍ରିୟ ଅଭିନେତ୍ରୀ ଜୟାପ୍ରଦାଙ୍କ ଅସଲ ନାମ ହେଲା ଲଲିତା ରାନୀ ।
ଦିଲୀପ କୁମାର: ଟ୍ରାଜେଡ଼ି କିଙ୍ଗ୍ ଦିଲୀପ କୁମାରଙ୍କ ପ୍ରକୃତ ନାମ ହେଲା ମହମ୍ମଦ ୟୁସୁଫ୍ ଖାନ୍ ।
ପ୍ରୀତି ଜିଣ୍ଟା : ମଣିରତ୍ନଙ୍କ ନିର୍ଦ୍ଦେଶିତ ‘ଦିଲ୍ସେ’ ରୁ ବଲିଉଡରେ ନାୟିକା ଭାବେ ଏଣ୍ଟ୍ରି କରିଥିବା ପ୍ରୀତି ଜିଣ୍ଟା ଙ୍କ ଅସଲ ନାମ ହେଲା ପ୍ରୀତମ ସିଂହ ଜିଣ୍ଟା ।
ଜିତେନ୍ଦ୍ର- ଏଭରଗ୍ରୀନ୍ ହିରୋ ଜିତେନ୍ଦ୍ରଙ୍କ ଅସଲ ନାମ ହେଲା ରବି କପୁର । ସେ ଗୀତ୍ ଗାୟା ପଥରୋଁନେ ସିନେମାରୁ କ୍ୟାରିଅର୍ ଆରମ୍ଭ କରିଥିଲେ।
ମଧୁବାଲା- ୧୯୪୨ର ‘ ବସନ୍ତ ’ ଫିଲ୍ମରୁ କ୍ୟାରିଅର୍ ଆରମ୍ଭ କରିଥିବା ମଧୁବାଲାଙ୍କ ଅସଲ ନାମ ହେଲା ମମତାଜ ଜାହାଁ ଦେହେଲଭି।