ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଖବର ପାଇବା ପରେ କ’ଣ କହନ୍ତି ଏମାନେ

ଭବାନୀ ମାଝି(ପ୍ରଯୋଜକ-ଚିନି): ଆମେ ବହୁତ ଖୁସି ଯେ ସୁନ୍ଦରଗଡ଼ ଭଳି ଏକ ପଶ୍ଚିମ ଓଡ଼ିଶାର ସହରରୁ ନିର୍ମିତ ଏବଂ ପଶ୍ଚିମ ଓଡ଼ିଶାର କାହାଣୀକୁ ନେଇ ପ୍ରସ୍ତୁତ ସିନେମା ‘ଚିନି’କୁ ନେଇ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପୁରସ୍କାର ଦିଆଯାଉଛି।

 ସମରେଶ(ଶ୍ରେଷ୍ଠ ଅଭିନେତା): ମୁଁ ଖୁବ୍‌ ଖୁସି ଯେ ପ୍ରାୟ ୧୦ ବର୍ଷ ପରେ ମୋତେ ଶ୍ରେଷ୍ଠ ଅଭିନେତା ଶ୍ରେଣୀରେ ରାଜ୍ୟ ପୁରସ୍କାର ମିଳିଛି। ଫିଲ୍ମଟି ରିଲିଜ୍‌ ହୋଇ ଦର୍ଶକ ଦେଖିଥିଲେ ମୁଁ ବେଶି ଖୁସି ହୋଇଥାଆନ୍ତି।

ଲିପି (ଶ୍ରେଷ୍ଠ ଅଭିନେତ୍ରୀ):  ବିଳମ୍ବରେ ହେଉ ପଛେ ମୋତେ ମୋର କଠିନ ପରିଶ୍ରମର ଫଳ ମିଳିଥିବାରୁ ମୁଁ ଖୁସି।ଆଗରୁ ‘ତୁ ମୋ’ରି ପାଇଁ’ ଏବଂ ‘ବ୍ୟାଡ଼ଗାର୍ଲ’ ପାଇଁ ମୋତେ ଲାଗୁଥିଲା ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ମିଳିବ,ହେଲେ ପ୍ରଯୋଜକ ସେଗୁଡ଼ିକୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ପଠାଇ ନ ଥିଲେ। ସୌମ୍ୟରଞ୍ଜନ ପଟ୍ଟନାୟକ ସାର୍‌ ଏହି ଫିଲ୍ମର ପ୍ରଯୋଜନା କରିବାକୁ ଆଗେଇ ଆସି ନ ଥିଲେ,‘ମୀମାଂସା’ ନିର୍ମିତ ହୋଇନଥା’ନ୍ତା। ଏ ଦୃଷ୍ଟିରୁ ମୋ’ର ସଫଳତା ପଛରେ ତାଙ୍କର ଅବଦାନ ଅଧିକ।  ଚକ୍ରଧର ସାହୁଙ୍କ ନିର୍ଦ୍ଦେଶିତ ‘ମୀମାଂସା’ର ପୂରା ଟିମ୍‌ ଖୁବ୍‌ ପରିଶ୍ରମ କରିଥିଲୁ।

ସମ୍ବନ୍ଧିତ ଖବର