ଅଭିନେତା ସୈଫ୍ ଅଲି ଖାଁ ଓ ଅଭିନେତ୍ରୀ ଅମ୍ରିତା ସିଂହଙ୍କ ଦୁହିତା ସାରା ଅଲି ଖାଁ ଏବେ ନିଜର ସଦ୍ୟତମ ଫିଲ୍ମ ‘ଜରା ହଟକେ ଜରା ବଚକେ’ର ସଫଳତାରେ ଖୁବ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। ତେବେ ଏହି ଅବସରରେ ସେ ନିଜର ସମ୍ଭାବ୍ୟ ଜୀବନସାଥୀଙ୍କ ବାବଦରେ ମୁହଁ ଖୋଲିଛନ୍ତି। ଭାରତୀୟ କ୍ରିକେଟର ଶୁଭମନ ଗିଲଙ୍କ ସହ ତାଙ୍କ ସମ୍ପର୍କ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସାମ୍ବାଦିକମାନେ ସାରାଙ୍କ ଭବିଷ୍ୟତ ପଦକ୍ଷେପ ସମ୍ପର୍କରେ ପ୍ରଶ୍ନ କରିବାରୁ ସେ ଚତୁରତାର ସହ ତାହାକୁ ଏଡ଼ାଇ ଯାଇଛନ୍ତି। ତାଙ୍କ ଜେଜେମା’ ତଥା ବିଗତ ଦିନର ଫିଲ୍ମ ନାୟିକା ଶର୍ମିଳା ଟାଗୋରଙ୍କ ପଦାନୁସରଣ କରି ସେ ଜଣେ କ୍ରିକେଟ ଖେଳାଳିଙ୍କୁ ଜୀବନସାଥୀ ଭାବେ ବରଣ କରିବେ କି ବୋଲି ପ୍ରଶ୍ନ ହେବାରୁ ସେ ଏଯାଏ ତାଙ୍କ ଜୀବନସାଥୀଙ୍କୁ ଭେଟିନାହାନ୍ତି ବୋଲି ସାରା ପ୍ରକାଶ କରିଛନ୍ତି। ତାଙ୍କ ମନ ପସନ୍ଦର ସାଥୀ କିଭଳି ହେବା ଦରକାର ସେ ବାବଦରେ ମଧ୍ୟ ସେ ସୂଚନା ଦେଇଛନ୍ତି।
/sambad/media/post_attachments/wp-content/uploads/2023/05/sara.jpg)
ସାରାଙ୍କ କହିବାନୁସାରେ, ତାଙ୍କ ପାଇଁ କାହାର ପେସା କୌଣସି ଗୁରୁତ୍ବ ବହନ କରେ ନାହିଁ। ବରଂ ମାନସିକ ଓ ବୌଦ୍ଧିକ ସ୍ତରରେ ତାଙ୍କ ସହ ମେଳ ଖାଉଥିବା ଜଣେ ବ୍ୟକ୍ତିଙ୍କୁ ହିଁ ଜୀବନସାଥୀ କରିବାକୁ ସେ ଚାହାଁନ୍ତି ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, ବିଭିନ୍ନ ସାମାଜିକ ଉତ୍ସବରେ ଉଭୟ ଶୁଭମନ ଓ ସାରାଙ୍କୁ ଏକାଠି ଦେଖି ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ ଥିବା ନେଇ ସରଗରମ ଚର୍ଚ୍ଚା ହୋଇଥାଏ। ପୂର୍ବରୁ ସାରା ମଧ୍ୟ ତାଙ୍କ ଅଭିନୀତ ଫିଲ୍ମ ‘ଲଭ୍ ଆଜକାଲ’ର ସହଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ଙ୍କ ସହ ସମ୍ପର୍କରେ ଥିବା ଚର୍ଚ୍ଚା ହେଉଥିଲା। ମାତ୍ର ପରେ ସେମାନେ ପରସ୍ପରଠାରୁ ଦୂରେଇ ଯିବାର କାରଣ ସେମାନଙ୍କୁ ହିଁ ଜଣା। ତେବେ ନିଜର ପ୍ରିୟତମ ପୁରୁଷ ଉଭୟ ‘ଜରା ହଟ୍କେ’ ଓ ‘ଜରା ବଚ୍କେ’ ହୋଇଥିବା ଦରକାର ବୋଲି ସାରା ସ୍ବୀକାର କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/Sara-Ali-Khan-Still-Searching-For-Partner_Thumbnail.jpg)