ଅବହେଳା ହେଲା କାଳ: ଏହି କାରଣରୁ ସୋନାଲିଙ୍କ କ୍ୟାନ୍‌ସର ଚାଲିଗଲା ଶେଷ ପର୍ଯ୍ୟାୟକୁ

ମୁମ୍ବାଇ: କିଛିଦିନ ପୂର୍ବରୁ ଅଭିନେତା ଇର୍‌ଫାନ୍‌ ଖାନ୍‌ କ୍ୟାନ୍‌ସର ରୋଗରେ ପୀଡ଼ିତ ହୋଇଥିବାର ଖବର ଆସିଥିଲାବେଳେ,ଏବେ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ମଧ୍ୟ କ୍ୟାନ୍‌ସର୍‌ ରୋଗରେ ପୀଡ଼ିତ ଅଛନ୍ତି। ତେବେ ଏହି ବିଷୟରେ ଅଭିନେତ୍ରୀ ସୋନାଲି ନିଜେ ହିଁ ତାଙ୍କ ପ୍ରଶଂସକଙ୍କମାନଙ୍କୁ ଟ୍ଵିଟ୍‌ ଜରିଆରେ ଜଣାଇଛନ୍ତି। ଏଥିସହିତ ତାଙ୍କୁ ହାଇ ଗ୍ରେଡ୍‌ କ୍ୟାନ୍‌ସର ସାଂଗକୁ ଏହି ରୋଗ ତାହାର ଶେଷ ଷ୍ଟେଜ୍‌ରେ ରହିଥିବା ମଧ୍ୟ କହିଛନ୍ତି ଅଭିନେତ୍ରୀ ସୋନାଲି । ଏଥିସହିତ ସୋନାଲି ଏବେ ନ୍ୟୁୟର୍କରେ ରହି ତାଙ୍କ କ୍ୟାନ୍‌ସର୍‌ ରୋଗର ଚିକିତ୍ସା କରାଉଛନ୍ତି ବୋଲି ଜଣାଇଛନ୍ତି। ହେଲେ କେଉଁ କାରଣକୁ ନେଇ ସୋନାଲିଙ୍କୁ କ୍ୟାନ୍‌ସର୍‌ ଭଳି ଭୟଙ୍କର ରୋଗ ହୋଇଛି ତାହାର ଏବେ ଖୁଲାସା ହୋଇଛି। ଆଉ ଯାହାର କାରଣ ହେଉଛି ନିଜ ସ୍ୱାସ୍ଥ୍ୟ ଲାଗି ରହିଥିବା ସୋନାଲିଙ୍କର ଅଣଦେଖା ବୋଲି ଏକ ମିଡିଆ ରିପୋର୍ଟରୁ ଜାଣିବାକୁ ମିଳିଛି।

Hindustan

ଯାହାକୁ ନେଇ ଡ଼କ୍ଟର କହିଛନ୍ତି ଯେ, ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କ ସ୍ୱାସ୍ଥ୍ୟପ୍ରତି ଅଣଦେଖା ହିଁ ତାଙ୍କ କ୍ୟାନ୍‌ସର୍‌ ଶେଷ ସ୍ତରକୁ ପହଞ୍ଚାଇଦେଇଛି। ତେବେ ଏନେଇ ଅଭିନେତ୍ରୀ ସୋନାଲି କହିଛନ୍ତି ଯେ, ତାଙ୍କ ଶରୀରରେ ଦୀର୍ଘ ସମୟ ଧରି ଦରଜ ହେଉଥିଲେ ବି ସେ ଏହାକୁ ସାମାନ୍ୟ ବୋଲି ଭାବି ଅଣଦେଖା କରୁଥିଲେ ବୋଲି ସ୍ୱୀକାର କରିଛନ୍ତି। ହେଲେ ଯେତେବେଳେ ଏହି କ୍ୟାନ୍‌ସର୍‌ ତାହାର ଶେଷ ସ୍ତରରେ ପହଁଞ୍ଚଲା ଏବଂ ଏହାର କଷ୍ଟ ଅଭିନେତ୍ରୀ ସୋନାଲି ଅସହନୀୟ ହେଲା ତାହା ପରେ ହିଁ ସେ ଏନେଇ ଟେଷ୍ଟ୍‍ କରାଇଥିଲେ। ଯଦି ସେ ଏନେଇ ପୂର୍ବରୁ ଟେଷ୍ଟ କରାଇଥାଆନ୍ତେ ତ ତେବେ ସେ କ୍ୟାନ୍‌ସର୍‌ ଲାଗି ଶୀଘ୍ର ଚିକିତ୍ସା କରାଇଥାନ୍ତେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର