ମୁମ୍ବାଇ: ସାରା ଭାରତରେ ‘ଦ କାଶ୍ମୀର ଫାଇଲ୍ସ’ ସିନେମା ବେଶ ଚର୍ଚ୍ଚାରେ ଥିଲା। ସିନେମା ସଫଳତା ପାଇବା ପରେ ବିବେକ ଅଗ୍ନିହୋତ୍ରୀ ବେଶ ଖୁସି ହୋଇଯାଇଥିଲେ । ସେ ଏହି ସିନେମା ପାଇଁ ନିଜ ଘର ବି ବନ୍ଧା ପକେଇ ଦେଇଥିଲେ ବି କହିଥିଲେ। ତେବେ ‘ଦ କାଶ୍ମୀର ଫାଇଲ୍ସ’ ରିଲିଜକୁ ବର୍ଷେ ବିତି ଯାଇଥିବା ବେଳେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ‘ଦ ଭ୍ୟାକସିନ ବାର’ର ରିଲିଜ ପାଇଁ ପ୍ରସ୍ତୁତ ହେଉଛନ୍ତି।
ବିବେକ ଅଗ୍ନିହୋତ୍ରୀ ନିକଟରେ ଏକ ସାକ୍ଷାତକାରରେ ‘ଦ କାଶ୍ମୀର ଫାଇଲ୍ସ-୨’ ନିର୍ମାଣକୁ ନେଇ କହିଛନ୍ତି, ‘ ଦ କାଶ୍ମୀର ଫାଇଲ୍ସ’ ରିଲିଜ ପରେ ‘ଦ କାଶ୍ମୀର ଫାଇଲ୍ସ-୨’ ନିର୍ମାଣ କରିବା ପାଇଁ ଅନେକ ପ୍ରଡକସନ ହାଉସ, ଷ୍ଟୁଡିଓ ଓ କଳାକାର ମୋତେ ଅଫର ଦେଇଥିଲେ। କିନ୍ତୁ ମୁଁ ପୁଣିଥରେ ସେହି ଜାଲରେ ଫସିବାକୁ ଚାହଁ ନାହିଁ। ସେହି ସିନେମା ପାଇଁ ୫୦ଦିନ ଶୋଇ ନାହିଁ। ବିଭିନ୍ନ ସ୍ଥାନକୁ ମୁଁ ସିନେମା ପାଇଁ ଭୋକଉପବାସରେ ଯାଇଛି। ବହୁତ କଷ୍ଟ ହୋଇଛି।’
‘ଦ କାଶ୍ମୀର ଫାଇଲ୍ସ’ ରିଲିଜ ପରେ ବିବେକ ଅଗ୍ନିହୋତ୍ରୀ କହିଥିଲେ, ‘ଦୁନିଆସାରା ଲୋକ ଏହି ସିନେମାକୁ ଧୈର୍ଯ୍ୟର ସହ ଦେଖିଛନ୍ତି। ୩ଘଣ୍ଟା ୫୦ ମିନିଟ କୌଣସି ମଜା କରିବାର କଥା ନୁହେଁ। ଏହି ସିନେମା ପାଇଁ ସାରା ଦୁନିଆରେ ଥିବା କାଶ୍ମୀରି ପଣ୍ଡିତ ଲୋକମାନଙ୍କ ପାଖରେ ପହଞ୍ଚି ପାରିଛି। ଏହି ସିନେମାକୁ ତିଆରି କରିବା ପାଇଁ ମୁଁ ଘରକୁ ବନ୍ଧା ପକାଇ ଦେଇଥିଲି। ବିଭିନ୍ନ ଜାଗାକୁ ଯାଇ ଗବେଷଣା କରିଛି। ଏସବୁ ଖର୍ଚ୍ଚ ପରେ କ’ଣ ପାଇବି ମୋତେ ଜଣା ନଥିଲା।’