ବଲିଉଡ୍‌ର ଏପରି କିଛି ମା-ଝିଅ ଯୋଡି ଯାହା ସବୁବେଳେ ରହିଛି ଚର୍ଚ୍ଚାରେ

ନୂଆଦିଲ୍ଲୀ: ସାଧାରଣତଃ କୁହାଯାଇଥାଏ ମା’ ଙ୍କ ସମସ୍ତ ସୁନ୍ଦରତା ଏବଂ ଗୁଣ ତାଙ୍କ ଝିଅ ପାଖରେ ଦେଖାଯାଇଥାଏ । ଜଣେ ମା’ ତା ସନ୍ତାନର ଧ୍ୟାନ ରଖିବା ପାଇଁ ଅନେକ କଷ୍ଟ କରିଥାଏ। ତାର ଖୁସି ଏବଂ ସୁବିଧା ପାଇଁ ସେ ନିଜକୁ ମଧ୍ୟ ଭୁଲି ଯାଇଥାଏ। ବଲିଉଡର ଅଭିନେତ୍ରୀମାନେ ସୁଦ୍ଧା ପ୍ରସିଦ୍ଧ ହେଲେ ମଧ୍ୟ ଜଣେ ସାଧାରଣ ନାରୀ । ଏଣୁ ବଲିଉଡ୍‌ ଅଭିନେତ୍ରୀମାନେ ମଧ୍ୟ ଠିକ୍‌ ସେହିପରି ଭାବେ ସେମାନଙ୍କ ସନ୍ତାନଙ୍କର, କହିବାକୁ ଗଲେ ସାଧାରଣ ବ୍ୟକ୍ତିଙ୍କ ଠାରୁ ସୁଦ୍ଧା ଅଧିକ ଧ୍ୟାନ ରଖିଥାନ୍ତି । ଆସନ୍ତୁ ଜାଣିବା ସେହିପରି କିଛି ବଲିଉଡ୍‌ ଅଭିନେତ୍ରୀଙ୍କ ବିଷୟରେ ଯେଉଁ ମା-ଝିଅ ଯୋଡ଼ି ମିଡ଼ିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ।
ସୁହାନା ଖାନ- ଗୌରି ଖାନ :

The Indian Express

ବଲିଉଡ୍‌ର ବାଦଶାହା ସାହରୁଖଙ୍କ ଏକମାତ୍ର ଝିଅ ସୁହାନା ଜନ୍ମରୁ ହିଁ ମିଡ଼ିଆରେ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ମା’ ଡିଜାଇନର ଗୌରି ଖାନଙ୍କ ଭଳି ସୁହାନା ମଧ୍ୟ ପ୍ରାୟତଃ ଲାଇମଲାଇଟ୍‌ରେ ଚର୍ଚ୍ଚାରେ ରହିଥାନ୍ତି । ଏପରିକି ସୋସିଆଲ ମିଡ଼ିଆରେ ମଧ୍ୟ ଲୋକଙ୍କ ମନପସନ୍ଦ ଷ୍ଟାର କିଡ଼ମାନଙ୍କ ମଧ୍ୟରେ ସୁହାନା ରହିଛନ୍ତି । ସବୁଠାରୁ ଷ୍ଟାଇଲିସ୍‌ ମା’-ଝିଅଙ୍କ ଯୋଡ଼ି ସୁହାନା ଏବଂ ଗୌରୀଙ୍କର ବୋଲି କୁହାଯାଇଥାଏ ।
ସାରା ଅଲ୍ଲି ଖାନ ଏବଂ ଅମ୍ରିତା ସିଂ :

Zee News

ବଲିଉଡ୍‌ ଆଉ ଏକ ସବୁଠାରୁ ଅଧିକ ଷ୍ଟାଇଲିସ୍‌ ମା’- ଝିଅ ଯୋଡି ମଧ୍ୟରେ ରହିଛନ୍ତି ଅମ୍ରିତା ଏବଂ ତାଙ୍କ ଝିଅ ସାରାଅଲ୍ଲି । ବଲିଉଡ୍‌ରେ ୮୦ ଦଶକରେ ରାଜତ୍ୱ କରିଥିବା ଅମ୍ରିତାଙ୍କ ଝିଅ ସାରା ତାଙ୍କ ପ୍ରଥମ ଚଳଚ୍ଚିତ୍ର ରିଲିଜ୍‌ ପୂର୍ବରୁ ହିଁ ମିଡ଼ିଆରେ ବହୁ ଚର୍ଚ୍ଚାରେ ରହିଛନ୍ତି । ମା ଙ୍କ ଭଳି ସାରା ମଧ୍ୟ ସୁନ୍ଦର ହେବା ସହ ବୁଦ୍ଧିମାନ ଅଟନ୍ତି ।
ଶର୍ମିଲା ଟାଗୋର ଏବଂ ସୋହାଅଲ୍ଲି ଖାନ:

The Indian Express

ଶର୍ମିଲା ଟାଗୋର ନିଜର ଅଭିନୟ ଏବଂ ସୁନ୍ଦରତା ପାଇଁ ବହୁ ସମୟ ପର୍ଯ୍ୟନ୍ତ ବଲିଉଡ୍‌ରେ ରାଜ କରିଛନ୍ତି ତାଙ୍କର ହିଁ ମାର୍ଗଦର୍ଶନରେ ଗତି କରୁଛନ୍ତି ତାଙ୍କ ଝିଅ ସୋହା । ଦୁହେଁ ରାଜପରିବାର ସଦସ୍ୟ ହେବା ସହ ମିଡ଼ିଆରେ ସବୁବେଳେ ଫ୍ୟାସନ ଏବଂ ସୁନ୍ଦରତାର ବିଭିନ୍ନ ଉଦାହାରଣ ପ୍ରସ୍ତୁତ କରିଥାନ୍ତି ।
ସୋନାକ୍ଷୀ ସିହ୍ନା ଏବଂ ପୁନମ ସିହ୍ନା :

DNA India

ଶତୃଘ୍ନ ସିହ୍ନା ବଲିଉଡ୍‌ର ଜଣେ ପରିଚିତ ଅଭିନେତା ହୋଇଥିବା ବେଳେ ତାଙ୍କ ଝିଅ ସୋନାକ୍ଷୀ ତାଙ୍କୁ ଅନୁସରଣ କରୁଛନ୍ତି । ତେବେ ସବୁବେଳେ ଲାଇମ୍‌ଲାଇଟ୍‌ରୁ ନିଜକୁ ଦୂରେଇ ରଖିଥିବା ଶତୃଘ୍ନଙ୍କ ପତ୍ନୀ ପୁନମ ମଧ୍ୟ କୌଣସି ଅଭିନେତ୍ରୀଙ୍କ ଠାରୁ କମ୍‌ ନୁହଁ । କହିବାକୁ ଗଲେ ନିଜ ମା’ ସମସ୍ତ ସୁନ୍ଦରତା ଏବଂ ଗୁଣ ସୋନାକ୍ଷୀଙ୍କ ପାଖକୁ ପଳାଇ ଆସିଛି।

ସମ୍ବନ୍ଧିତ ଖବର