ସୋ’ମ୍ୟାନ୍‌ ସୁଭାଷ ଘାଇ ଏହି ଅଭିନେତ୍ରୀଙ୍କୁ କିସ୍‌ ଦେବାଲାଗି ଉଦ୍ୟମ କରିଥିଲେ !

ମୁମ୍ବାଇ: ଜଣେ ନବାଗତା ଅଭିନେତ୍ରୀ ତଥା ମଡେଲ କେଟ୍‌ ଶର୍ମା ବ ମି ଠୁ ଅଭିଯାନରେ ସାମିଲ ହୋଇ ମୁହଁ ଖୋଲିଛନ୍ତି। ସେ ଆଣିଛନ୍ତି ଏକ ସଂଘାତିକ ଅଭିଯୋଗ ସୋ’ମ୍ୟାନ୍‌ ସୁଭାଷ ଘାଇଙ୍କ ନାଆଁରେ ଆଣିଛନ୍ତି। ମଡେଲ୍‌ ତଥା ଅଭିନେତ୍ରୀ କେଟ୍‌ ଶର୍ମା ଅଭିଯୋଗ ଆଣିଛନ୍ତି ଯେ ଗତ ଅଗଷ୍ଟ ୬ ତାରିଖରେ ସୁଭାଷ ଘାଇ ଏକ ପାର୍ଟିରେ ତାଙ୍କୁ ଆମନ୍ତ୍ରଣ କରିଥିଲେ। ସେଠାରେ ପହଞ୍ଚିବାପରେ ସୁଭାଷ ଘାଇ ତାଙ୍କ ପାଖକୁ ଡାକିଥିଲେ ଏବଂ ଦେହ ମାଲିସ କରିବା ଲାଗି ବାଧ୍ୟ କରିଥିଲେ। ସେତେବେଳେ ସେଠାରେ ୫-୬ ଜଣ ଲୋକଙ୍କ ଉପସ୍ଥିତିରେ ସେହି କାମ କରିଥିଲେ କେଟ୍‌।
ଏହାପରେ କେଟ୍‌ ଶର୍ମା ହାତ ଧୋଇବା ପାଇଁ ଓ୍ଵାସରୁମ୍‌କୁ ଯାଇଥିଲେ। ସୁଭାଷ ଘାଇ ତାଙ୍କ ପଛେ ପଛେ ସେଠି ପହଞ୍ଚିଥିଲେ। ସେଠି ତାଙ୍କୁ ଜବରଦସ୍ତି ଚୁମ୍ବନ ଦେବାଲାଗି ଉଦ୍ୟମ କରିଥିଲେ ସୁଭାଷ ଘାଇ ବୋଲି କହିଛନ୍ତି କେଟ୍‌ ଶର୍ମା।

ଏହାପରେ ସେଠାରୁ ସେ ଚାଲିଯାଇଥିିଲେ। ଏବେ କେଟ୍‌ ସୋସିଆଲ୍‌ ମିଡିଆରେ ଏହି ଘଟଣାର ଖୁଲାସା କରି ସୁଭାଷ ଘାଇଙ୍କ ସହ ହୋଇଥିବା କଥାବାର୍ତ୍ତାର ସ୍କ୍ରିନ୍‌ସଟ୍‌ ବି ପୋଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର