ନୂଆଦିଲ୍ଲୀ: ଅଭିନେତ୍ରୀ ନେହଲ୍ ଭାଡୋଲିଆ ନିକଟରେ ନିର୍ଦ୍ଦେଶକ ସୁଭାଷ ଘାଇଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ କରିଥିଲେ। ସମ୍ପ୍ରତି ସୁଭାଷ ଘାଇ ତାଙ୍କ ବିରୋଧରେ ଅଭିନେତ୍ରୀ କରିଥିବା ଅଭିଯୋଗକୁ ନେଇ ମୁହଁ ଖୋଲିଛନ୍ତି।

Advertisment

"ହାଉସ୍ ଆରେଷ୍ଟ", "ଗନ୍ଦି ବାତ୍ ୩" ଏବଂ "ଜୁଲି" ଭଳି ସିରିଜରେ ଅଭିନୟ କରିଥିବା  ନେହଲ୍ ଭାଡୋଲିଆ ସୁଭାଷ ଘାଇଙ୍କ ବିରୋଧରେ ଅଭିଯୋଗ କରି କହିଥିଲେ, ‘ ସାର ମୋତେ ଏକ ହୋଟେଲ ରୁମକୁ ନେଇ ଓଠରେ ଚୁମ୍ବନ ଦେବାକୁ ଚେଷ୍ଟା କରିଥିଲେ।’

ଏହି ଚୁମ୍ବନ ବିବାଦକୁ ନେଇ  ଚଳଚ୍ଚିତ୍ର ନିର୍ଦ୍ଦେଶକ ନୀରବତା ଭାଙ୍ଗି ତାଙ୍କ ଘର ବଗିଚାର ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, " ଯଦି କୌଣସି ପିଲା ଆପଣଙ୍କ ପାଖକୁ ସାହାଯ୍ୟ ପାଇଁ ଆସନ୍ତି, ତେବେ ସେମାନଙ୍କୁ ସେମାନଙ୍କ ବୃତ୍ତିରେ ଆଗକୁ ବଢ଼ିବାରେ ସାହାଯ୍ୟ କରିବା ଏବଂ ମାର୍ଗଦର୍ଶନ ପ୍ରଦାନ କରିବା ଜଣେ ବରିଷ୍ଠଙ୍କ କର୍ତ୍ତବ୍ୟ। କିନ୍ତୁ ଆଜିକାଲି ପ୍ରମୋସନ୍ ପାଇଁ ସତ୍ୟ ହେଉ କି ମିଛ, ବୟାନ ଦେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିବାକୁ ଚାହୁଁଥିବା ଅପରିଚିତ ଲୋକଙ୍କୁ ଭେଟିବା ଭୟଙ୍କର ହୋଇଗଲାଣି। ମୁଁ ଆଜିକାଲି ଯାହା ଶୁଣୁଛି, ଯେଉଁମାନେ ବି ଏଭଳି ମିଥ୍ୟା ପ୍ରଚାର କରିଛନ୍ତି ସେମାନଙ୍କୁ ପରମେଶ୍ୱର ଆଶୀର୍ବାଦ କରନ୍ତୁ। ଏକ ସମ୍ମାନଜନକ କ୍ୟାରିଅର ଗଠନ ପାଇଁ ପାରସ୍ପରିକ ସମ୍ମାନ ଜରୁରୀ ହୋଇଥାଏ।"