ଶ୍ରୀଦେବୀଙ୍କୁ ହତ୍ୟା କରାଯାଇଛି: ସୁବ୍ରମଣ୍ୟମ୍ ସ୍ୱାମୀ

ମୁମ୍ବାଇ: ବଲିଡଡ୍‌ ସୁପରଷ୍ଟାର ଅଭନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁ ହୃଦ୍‌ଘାତରେ ହୋଇଛି ବୋଲି ଗତ ରବିବାର ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ମାତ୍ର ସୋମବାର ଶ୍ରୀଦେବୀଙ୍କ ଶରୀର ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା ତାଙ୍କ ମୃତ୍ୟୁର ହୃଦ୍‌ଘାତ ନୁହେଁ ବରଂ ଦୁର୍ଘଟଣାବଶତଃ ପାଣିରେ ବୁଡ଼ିଯିବା ହେତୁ ହୋଇଛି (ଡିୟୁ ଟୁ ଏକ୍ସିଡେଣ୍ଟାଲ୍‌ ଡ୍ରାଉନିଂ)। ଏତଦ୍‌ବ୍ୟତୀତ ଶ୍ରୀଦେବୀଙ୍କ ରକ୍ତରେ ଆଲ୍‌ହଲ ଭାଗ ବି ଥିଲା ବୋଲି ରିପୋର୍ଟରୁ ଜାଣିବାକୁ ମିଳିଥିଲା।

ତେବେ ଏହି ପ୍ରସଙ୍ଗକୁ ନେଇ ଗଣମାଧ୍ୟମରେ ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। ଲେଖିକା ତସଲିମା ନସରିନ୍‌ ଟୁଇଟ କରି କହିଛନ୍ତି, ‘ଜଣେ ସୁସ୍ଥ ମଣିଷ ପାଣି ଟବ୍‌ରେ ବୁଡି ମୃତ୍ୟୁମୁଖକୁ ଚାଲିଯିବା ଘଟଣା କିଛି ଠିକ୍‌ ଲାଗୁନାହିଁ।’

ସେହିପରି ଏହି ରିପୋର୍ଟକୁ ବି ଖଣ୍ଡନ କରିଛନ୍ତି  ସାଂସଦ ଅମର ସିଂହ। ସେ କହିଛନ୍ତି, ‘ଶ୍ରୀଦେବୀ କେବେ ମଦ ପିଅନ୍ତି ନାହିଁ। କେବେ କେବେ ଓ୍ଵାଇନ୍‌ ପିଇ ଦିଅନ୍ତି। ମୁଁ ତାଙ୍କର ଜଣେ ପୁରୁଣା ବନ୍ଧୁ। ୨୦୧୪ରେ ମୁଁ ନିର୍ବାଚନ ଲୁଢ଼ୁଥିବା ସମୟରେ ଶ୍ରୀଦେବୀ ନିର୍ବାଚନ ପ୍ରଚାର ପାଇଁ ଆସିଥିଲେ। ଏହି ସମୟରେ ଶ୍ରୀଦେବୀଙ୍କ ସହ ତାଙ୍କ ସ୍ୱାମୀ ବୋନି କପୁର ବି ସାମିଲ ଥିଲେ।’

ତେବେ ମଙ୍ଗଳବାର ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଶ୍ରୀଦେବୀଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରୁଛନ୍ତି। ସୁବ୍ରମଣ୍ୟମ ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ କେତେଟି ପ୍ରଶ୍ନ ଉଠାଇଛନ୍ତି। ସେଗୁଡ଼ିକ ହେଲା-

୧. ଶ୍ରୀଦେବୀଙ୍କ ମୃତ୍ୟୁ ବାଥଟବ୍‌ରେ ବୁଡି ହୋଇଥିବା କଥାକୁ ମୁଁ ଆଦୌ ବିଶ୍ୱାସ କରୁନାହିଁ। ମୋତେ ଲାଗୁଛି କି ତାଙ୍କୁ ହତ୍ୟା କରାଯାଇଛି।
୨. ବାଥ୍‌ଟବ୍‌ରେ ଯେପର୍ଯ୍ୟନ୍ତ କେହି ଧକ୍କା ଦେଇ ନାହାନ୍ତି, ସେପର୍ଯ୍ୟନ୍ତ କେହି ପଡ଼ିବେ ନାହିଁ ବୋଲି ମୋର ଆଶା।
୩. ଶ୍ରୀଦେବୀ ମଦ ପିଉ ନଥିଲେ, ଏପରି କ୍ଷେତ୍ରରେ ତାଙ୍କ ଶରୀରରେ ଆଲ୍‌କହଲ୍‌ ଥିବା କିପରି ରିପୋର୍ଟରେ ବାହାରିଲା।
୪. କ’ଣ ତାଙ୍କୁ ଜୋରଜବରଦସ୍ତି ମଦ ପିଆଯାଇଥିଲା।
୫. ଶ୍ରୀଦେବୀଙ୍କ ମୃତ୍ୟୁ ମାମଲାର ପୁଣି ଥରେ ଯାଞ୍ଚ କରାଯାଉ।
୬.ଅଭିନେତ୍ରୀଙ୍କ ମୃତ୍ୟୁ ସମୟରେ ସିସିଟିଭି ଫୁଟେଜକୁ କାହିଁକି ସାମ୍ନାକୁ ଆଣାଯାଉ ନାହିଁ।
୭. ଡାକ୍ତର ଆକସ୍ମିକ ମିଡିଆ ସାମ୍ନାକୁ ଆସି ଶ୍ରୀଦେବୀଙ୍କ ମୃତ୍ୟୁ ହୃଦ୍‌ଘାତରେ ହୋଇଛି ବୋଲି କାହିଁକି କହିଥିଲେ।

ସେହିପରି ଦୁବାଇର ଜନୈକ ସରକାରୀ ଓକିଲ ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ ଭିନ୍ନ ମତ ପୋଷଣ କରିଛନ୍ତି। ସେ କହିଛନ୍ତି, ଯେ ଶ୍ରୀଦେବୀଙ୍କ ମୃତ୍ୟୁ ଲାଗି ଆଗରୁ ଷଡଯନ୍ତ୍ର ରଚା ଯାଇଥିଲା। ଏହାର ପର୍ଦ୍ଦାଫାସ କରିବାକୁ ଦୁବାଇ ପୁଲିସ୍‌ ପ୍ରଚେଷ୍ଟା ଜାରି ରଖିଛି।

ଦୁବାଇ ପୁଲିସ ଅଭିନେତ୍ରୀ ଶ୍ରୀଦେବୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ସ୍ୱାମୀ ବୋନି କପୁରଙ୍କ ବୟାନ ରେକର୍ଡ କରିଛି। କେତେକ ରିପୋର୍ଟରେ ରହିଛି କି ଶ୍ରୀଦେବୀଙ୍କ ମୃତ୍ୟୁ ବେଳକୁ ବୋନି କପୁର ସେଠାରେ ଉପସ୍ଥିତ ଥିଲେ। ବୋନି କପୁର ଦୁବାଇ ପୁଲିସର ୪ଜଣ ବରିଷ୍ଠ ଅଧିକାରୀଙ୍କୁ ପ୍ରଥମେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଯାହା ପରେ ଦୁବାଇ ପୁଲିସ ବୋନି କପୁର ବୟାନ ରେକର୍ଡ କରିଥିଲେ। ଏହି ପ୍ରକ୍ରିୟା ୩ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା।

ସମ୍ବନ୍ଧିତ ଖବର