ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ପୁଲିସ ତଦନ୍ତ ଚାଲିଥିବାବେଳେ ଏବେ ଏହାକୁ ନେଇ ରାଜନୀତି ତୀବ୍ର ହୋଇଛି। ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ସୋସିଆଲ ମିଡିଆରେ ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି। ସୁବ୍ରମଣ୍ୟମ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଅଭିନେତାଙ୍କ ପ୍ରଶଂସକଙ୍କ ସହ ଠିଆ ହୋଇଛନ୍ତି। ସୁବ୍ରମଣ୍ୟମ ବଲିଉଡର ତିନି ଖାନଙ୍କୁ ଟାର୍ଗେଟ କରିଛନ୍ତି। ସୁବ୍ରମଣ୍ୟମ୍ ଟ୍ୱିଟ୍ କରି ଏହି କଳାକାରମାନଙ୍କ ନିରବତା ଉପରେ ପ୍ରଶ୍ନ କରିଛନ୍ତି। ସେ ଲେଖିଛନ୍ତି- ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ବଲିଉଡର ତିନି ଜଣ ବାହୁବଳୀ ସଲମାନ, ଶାହରୁଖ ଏବଂ ଆମୀର କାହିଁକି ଚୁପ୍ ଅଛନ୍ତି? ସୁଶାନ୍ତଙ୍କ ତଥାକଥିତ ଆତ୍ମହତ୍ୟାକୁ ନେଇ କାହିଁକି ଚୁପ ରହିଛନ୍ତି ?
/sambad/media/post_attachments/wp-content/uploads/2020/07/fffff.png)
କେବଳ ସେତିକି ଲେଖି ଚୁପ ହୋଇ ରହିନାହାନ୍ତି ସ୍ୱାମୀ | ସେ ଲେଖିଛନ୍ତି ଯେ ଏହି ଖାନ ମାନଙ୍କର ବିଦେଶରେ ବିଶେଷ କରି ଦୁବାଇରେ ଯେଉଁ ଅଚଳାଚଳ ସମ୍ପତ୍ତି ରହିଛି ତାହାର ତଦନ୍ତ ହେବାର ଆବଶ୍ୟକତା ରହିଛି | ଏମାନଙ୍କୁ କିଏ ଏହି ବଙ୍ଗଳା ଓ ସମ୍ପତ୍ତି ଦେଇଛି ତାହାର ଏସଆଇଟି ଓ ସିବିଆଇ ତଦନ୍ତ ହେବାର ଆବଶ୍ୟକତା ରହିଛି |
/sambad/media/post_attachments/wp-content/uploads/2020/07/kjkj.png)
ଏଠାରେ ସୂଚନା ଥାଉ କି ଗତକାଲି ସୁବ୍ରମଣ୍ୟମ ସ୍ୱାମୀ ଟୁଇଟ୍ କରି ସୂଚନା ଦେଇଥିଲେ ଯେ ସେ ସୁଶାନ୍ତଙ୍କ ମାମଲାରେ ଜଣେ ଓକିଲ ନିଯୁକ୍ତ କରିଛନ୍ତି ଏବଂ ସମସ୍ତ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରିବାକୁ ଓକିଲଙ୍କୁ କୁହାଯାଇଛି। ସ୍ୱାମୀ କହିଛନ୍ତି ଯେ ଯଦି ଆବଶ୍ୟକ ହୁଏ ତେବେ ଏହି ମାମଲାରେ ସିବିଆଇ ତଦନ୍ତ କରାଯିବାକୁ ଅପିଲ କରାଯିବ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/india-today.jpg)