ଓଡ଼ିଆ ସିନେ ଜଗତରେ ଏମିତି କିଛି ସଫଳ କଳାକାର ଓ ନିର୍ଦ୍ଦେଶକ ଅଛନ୍ତି, ଯେଉଁମାନେ ଯାତ୍ରାରେ ବି କାମ କରିଛନ୍ତି। ଆଉ କେତେକ ଯାତ୍ରା ଜଗତରେ କାମ କରି ପୁଣି ଫେରି ଆସିଛନ୍ତି ସିନେମାକୁ। ଏହାର ସଦ୍ୟତମ ଉଦାହରଣ ହେଲେ ସଫଳ ନୃତ୍ୟ ନିର୍ଦ୍ଦେଶକ ତଥା ସିନେ ନିର୍ଦ୍ଦେଶକ ସୁଧାକର ବସନ୍ତ। ‘ଷୋଳ ଶୁକ୍ରବାର’ରୁ ଆରମ୍ଭ କରି ଏଯାବତ୍ ଶତାଧିକ ଓଡ଼ିଆ ଛବିରେ ନୃତ୍ୟ ନିର୍ଦ୍ଦେଶନା ସାଙ୍ଗକୁ ‘ମିତରେ ମିତ’ରୁ ଆରମ୍ଭ କରି ଏଯାଏ ପନ୍ଦରରୁ ଅଧିକ ଓଡ଼ିଆ ସିନେମାର ନିର୍ଦ୍ଦେଶନା ଦେଇସାରିଛନ୍ତି ସୁଧାକର।
ଏହାଛଡ଼ା ‘ଗଞ୍ଜା ଲଢ଼େଇ’, ‘ବୋବାଲ୍ ଟୋକା’ ଓ ‘କିଏ ଦବ ଟକ୍କର’ ଓ ‘ଆଶିକ୍’ ଆଦି ସିନେମାରେ ବି ଖଳନାୟକ ଭୂମିକାରେ ନଜର ଆସିଛନ୍ତି। ହେଲେ ଗତ ବର୍ଷ ସେ ରାଜାରାଣୀ ରଙ୍ଗମଞ୍ଚରେ ଜଣେ ଅଭିନେତା ଭାବେ ଯାତ୍ରା ଜଗତରେ ପଦାର୍ପଣ କରିଥିଲେ। କିନ୍ତୁ କିଛି ମାସ ପରେ ଯାତ୍ରାରୁ ତାଙ୍କର ମୋହଭଙ୍ଗ ହୋଇଗଲା। ଏବେ ସେ ପୁଣି ସିନେମାମୁହାଁ ହୋଇଛନ୍ତି। ଏବେ ସୁଧାକର ବସନ୍ତ ଓଡ଼ିଆ ଛବି ‘ଡେଷ୍ଟିନି’ର ନିର୍ଦ୍ଦେଶନା ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ସିନେମାର କଳାକାର ଚୟନ ଜାରି ରହିଥିବା ବେଳେ ଆଗାମୀ ଅକ୍ଟୋବରରେ ଏହାର ସୁଟିଂ ଆରମ୍ଭ ହେବ ବୋଲି ସୁଧାକର ବସନ୍ତ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/09/06/sudhakar-2025-09-06-01-21-49.jpg)