ମୁମ୍ବାଇ: ସଂପ୍ରତି ଷ୍ଟାର୍‌ପ୍ଲସ୍‌‌ରେ ପ୍ରସାରିତ ହେଉଥିବା ‘ଅନୁପମା’ ଧାରାବାହିକ ଦର୍ଶକଙ୍କ ପ୍ରିୟ ପାଲଟି ଯାଇଛି। ମାତ୍ର ଏହି ସୋ’ରୁ ଗୋଟାଏ ପରେ ଗୋଟାଏ କଳାକାର ବିଦାୟ ନେଉଥିବାର ଦେଖିବାକୁ ମିଳୁଛି। 

Advertisment

ଏହି ସୋ’ର ଆରମ୍ଭ ଲକ୍‌ଡାଉନ୍‌ ସମୟରେ ହୋଇଥିଲା ଏବଂ ଗତ ୪ ବର୍ଷ ମଧ୍ୟରେ ଏହା ଘରେ ଘରେ ପ୍ରିୟ ପାଲଟି ଯାଇଛି। ଲୋକେ କେବଳ ଏହି ସୋ’ ସହିତ ଯୋଡ଼ି ହୋଇନାହାନ୍ତି ବରଂ ଏହି ସୋ’ର ସମସ୍ତ କଳାକାର ଦର୍ଶକଙ୍କ ମନ ଭିତରେ ଘର କରି ସାରିଛନ୍ତି। ମାତ୍ର ଦୁଃଖର କଥା ହେଉଛ କିଛି ଦିନ ଅନ୍ତରରେ କେହି ନା କେହି କଳାକାର ସୋ’କୁ ବାୟ ବାୟ କରି ଦେଉଛନ୍ତି। 

ନିକଟରେ ବୁଧବାର ଦିନ ‘ଅନୁପମା’ ସିରିୟଲ୍‌ରେ ବନରାଜ ଶାହାଙ୍କ ଭୂମିକା ନିଭାଉଥିବା ସୁଧାଂଶୁ ସୋ’ ଛାଡ଼ିବାର ଘୋଷଣା କରବା ପରେ ଦର୍ଶକମାନେ ନିରାଶ ହୋଇଛନ୍ତି। ସୁଧାଂଶୁ ଆୀମ୍ଭରୁ ସୋ’ ସହିତ ଯୋଡ଼ି ହୋଇ ରହିଥିବାରୁ ଅଚାନକ ତାଙ୍କର ଏପରି ସୋ’ ଛାଡ଼ିବା କଥାକୁ ପ୍ରଶଂସକ ସହଜରେ ଗ୍ରହଣ କରିପାରୁନାହାନ୍ତି। 

ତେବେ ଏବେ ପର୍ଯ୍ୟନ୍ତ ଏହା ଜଣାପଡ଼ିନାହିଁ ଯେ ସୁଧାଂଶୁ ସୋ’ ଛାଡ଼ିଲେ କାହିଁକି! ଏକଥା ବି ଜଣାପଡ଼ିନାହିଁ ଯେ ସେ ସୋ’ ନ‌ିଜେ ଛାଡ଼ିଦେଲେ ନା ତାଙ୍କୁ ସୋ’ରୁ ବାହାର କରି ଦିଆଯାଇଛି। ତେବେ ତାଙ୍କ ସୋ’ ଛାଡ଼ିବାର କାରଣ ସୋ’ର ମୁଖ୍ୟ ଚରିତ୍ର ଅନୁପମା ବା ରୁପାଲୀ ଗାଙ୍ଗୁଲୀ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି। କାରଣ ପୂର୍ବରୁ ସେ ଦୁହିଁଙ୍କ ମଧ୍ୟରେ ଶିତଳ ଯୁଦ୍ଧ ଚାଲିଛି ବୋଲି ଖବର ପ୍ରକାଶ ପାଇଥିଲା।