ଭୁବନେଶ୍ୱର: ନବେ ଦଶକରେ ଓଲିଉଡରେ ଅଣଓଡ଼ିଆ ନାୟିକା ରଚନା ବେଶ୍ ସକ୍ରିୟ ଥିଲେ। ସେ ପ୍ରଖ୍ୟାତ ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ‘ ସାଗର ଗଙ୍ଗା’ ଜରିଆରେ ଓଲିଉଡ୍ରେ ପ୍ରବେଶ କରିଥିଲେ। ତେବେ ରବି କିନ୍ନାଗୀଙ୍କ ନିର୍ଦ୍ଦେଶିତ ‘ ଭାଇ ହେଲା ଭଗାରୀ’ ରେ ସିଦ୍ଧାନ୍ତଙ୍କ ବିପକ୍ଷରେ ନାୟିକା ହେବା ପରେ ଓଲିଉଡରେ ଷ୍ଟାର୍ ବନିଥିଲେ ରଚନା ବାନାର୍ଜୀ। ଏହାପରଠୁଁ ୨୦୦୨ ଯାଏଁ ନିଃସନ୍ଦେହରେ ରଚନା ଥିଲେ ଓଲିଉଡର ନମ୍ବର ଓ୍ଵାନ୍ ହିରୋଇନ୍। ସେ ଓଡ଼ିଆ ସିନେ ନିର୍ମାତା, ନିର୍ଦ୍ଦେଶକ ଏବଂ ଦର୍ଶକଙ୍କର ଖୁବ୍ ପ୍ରିୟପାତ୍ର ହୋଇଯାଇଥିଲେ।
ତେବେ ସେ ଯାହା ହେଉନା କାହିଁକି ରଚନା ଯେଉଁ ଏକଦଶନ୍ଧି ଧରି ଓଲିଉଡରେ ଖୁବ୍ ସକ୍ରିୟ ଥିଲେ, ସେହି ସମୟରେ ଯେଉଁ ନିର୍ଦ୍ଦେଶକମାନେ ଓଡ଼ିଆ ସିନେମା ନିର୍ମାଣ କରୁଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଟପ୍ ନିର୍ଦ୍ଦେଶକଙ୍କ ସହ କାମ କରିବାର ସୁଯୋଗ ପାଇଥିଲେ ରଚନା, କିନ୍ତୁ ସେହି ତାଲିକାରେ କେତେକ ନାହାନ୍ତି ଓ କାହା ସହ ସେ ଥରଟିଏ କାମ କରିଛନ୍ତି।
/sambad/media/post_attachments/wp-content/uploads/2021/11/sudhanshu-sahoo-1070648-13-01-2017-11-33-04.jpg)
ଓଲିଉଡର ଜଣେ ଲୋକପ୍ରିୟ ନିର୍ଦ୍ଦେଶକ ହେଲେ ସୁଧାଂଶୁ ମୋହନ ସାହୁ। ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ସିନେମା ହେଲା ‘କିଏ ପୋଛିବ ମା’ ଆଖିର ଲୁହ’। ଏଥିରେ ମାମା ମିଶ୍ରଙ୍କୁ ସିଦ୍ଧାନ୍ତଙ୍କ ବିପକ୍ଷରେ ନାୟିକା ଭାବେ ଦେଖିବାକୁ ମିଳିଥିଲା। ‘କିଏ ପୋଛିବ ମା’ ଆଖିର ଲୁହ’ ୧୯୯୯ରେ ମୁକ୍ତିଲାଭ କରିଥିଲା। ତାପରେ ସୁଧାଂଶୁଙ୍କ ନିର୍ଦ୍ଦେଶିତ ‘ସହର ଜଳୁଛି’ ଏବଂ ‘ସମୟ ଖେଳୁଛି ଚକାଭଉଁରୀ’(୨୦୦୧) ମୁକ୍ତିଲାଭ କରିଥିଲା। ଏହି ଦୁଇଟି ଛବିରେ ଯଥାକ୍ରମେ ଜ୍ୟୋତି ମିଶ୍ର ଓ ଅନୁ ଚୌଧୁରୀ ନାୟିକା ଭାବେ ନଜର ଆସିଥିଲେ। ଏହାପରେ ବି ଆଜିଯାଏଁ ସୁଧାଂଶୁ ମୋହନ ସାହୁ ବେଶ୍ କେତୋଟି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି, ହେଲେ ସେଥିମଧ୍ୟରୁ କୌଣସି ଗୋଟିକରେ ନ ଥିଲେ ରଚନା। ଆଜିକାର ଏହି ଲୋକପ୍ରିୟ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ରଚନା ବାନାର୍ଜୀଙ୍କୁ ନିର୍ଦ୍ଦେଶନା ଦେବାର ସୁଯୋଗ ପାଇନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/Rachana-Banerjee-Wiki-and-Biography.jpg)