ମୁମ୍ବାଇ: ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ଜଣେ ଷ୍ଟାର୍ ହୋଇ ସାରିଲେଣି ଏଥିରେ ତିଳେ ବି ସନ୍ଦେହ ନାହିଁ। ଅଭିନେତ୍ରୀ ହେବା ପୂର୍ବରୁ ଅଭିନେତ୍ରୀଙ୍କ ପରି ଲୋକପ୍ରିୟତା ସାଉଁଟିଛନ୍ତି ସୁହାନା। ତେବେ, ସେ ଯେ କିଙ୍ଗ୍ଖାନଙ୍କ ଅଲିଅଳୀ ଏହା ହୁଏତ ଅନ୍ତତଃ ସମସ୍ତେ ଜାଣନ୍ତି। ତେବେ, କ’ଣ ଆପଣ ଏକଥା ଜାଣନ୍ତି ଯେ ସୁହାନା ତାଙ୍କ ବାପାଙ୍କୁ କପି କରିବା ଆରମ୍ଭ କରିଦେଲେଣି। ଫଟୋଟି ତ ଆପଣ ଦେଖୁଛନ୍ତି। କିଙ୍ଗ୍ଖାନ୍ଙ୍କ ପରି ହିଁ ଅବିକଳ ପୋଜ୍ ଦେଇଛନ୍ତି ଝିଅ ସୁହାନା। କେହି କେହି ସୁହାନାଙ୍କୁ ଶାହାରୁଖଙ୍କ ଲେଡି ଭର୍ସନ ବୋଲି ବି କହନ୍ତି। କହିବାର ତାତ୍ପର୍ଯ୍ୟ ହେଲା ସୁହାନା ଏକ୍ଦମ୍ ସୁପର୍ଷ୍ଟାର୍ ଶାହାରୁଖଙ୍କ ପରି ଦେଖିବାକୁ। କେବଳ ଚେହେରା କାହିଁକି, ଦୁହିଁଙ୍କ ମୁହଁ ପରି ହସରେ ମଧ୍ୟ ରହିଛି ଅଦ୍ଭୂତ ସମାନତା। ଦୁହିଁଙ୍କ ଗାଲରେ ହସିଲେ ପଡ଼େ ଏକା ପରି ଡିମ୍ପଲ୍।
ଉଲ୍ଲେଖଯୋଗ୍ୟ, କିଙ୍ଗ୍ଖାନ୍ ଏକ ସାକ୍ଷାତ୍କାରରେ କହିଥିଲେ ଯେ ଝିଅ ସୁହାନା ଡେବ୍ୟୁ କରିବା ପୂର୍ବରୁ ପ୍ରଥମେ ତାଙ୍କର ପାଠ ପଢ଼ା ଶେଷ କରିବେ। ସେ ଆହୁରି ବି କହିଥିଲେ କି ପ୍ରତି କଳାକାରଙ୍କୁ ପ୍ରଥମେ ସ୍କୁଲିଂ, କଲେଜ ଓ ପରେ ଅଭିନୟରେ ୨ ବର୍ଷ ପଢ଼ିବା ପରେ ହିଁ ଅଭିନୟ ଦୁନିଆରେ ପାଦ ଦେବା ଉଚିତ୍। ଶାହାରୁଖ ଏବେ ଆନନ୍ଦ ଏଲ୍ ରାୟଙ୍କ ଚଳଚ୍ଚିତ୍ର ‘ଜରୋ’କୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି। ଚଳଚ୍ଚିତ୍ରଟିରେ ଶାହାରୁଖଙ୍କ ବ୍ୟତୀତ କ୍ୟାଟ୍ରିନ୍ କୈଫ୍ ଆଉ ଅନୁଷ୍କା ଶର୍ମା ବି ଅଛନ୍ତି। ଚଳଚ୍ଚିତ୍ରଟି ଚଳିତବର୍ଷ ଡିସେମ୍ବର ୨୧ରେ ମୁକ୍ତିଲାଭ କରିବ।