ସୁହାନାଙ୍କ ଷ୍ଟନିଂ ଫଟୋ ସୁଟ୍‌

ବଲିଉଡ୍‌ ବାଦ୍‌ଶାହ ଶାହରୁଖ୍‌ ଖାନ୍‌ଙ୍କ ଝିଅ ସୁହାନା ଖାନ୍‌ ବଲିଉଡ୍‌ରେ ପ୍ରବେଶ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ତାଙ୍କର ସାମାଜିକ ଗଣମାଧ୍ୟମରେ ବହୁ ସଂଖ୍ୟାରେ ପ୍ରଶଂସକ ରହିଥିବା ବେଳେ ଅଧିକାଂଶ ସମୟରେ ନିଜର ଗ୍ଲାମରସ୍‌ ‌ଫଟୋ ସେୟାର କରି ସେ ବହୁ ପ୍ରସଂଶକ ସାଉଁଟିବାରେ ସଫଳ ହୋଇଛନ୍ତି। ସେ ଏବେ ତାଙ୍କ ଇନ୍‌ଷ୍ଟା ଆକାଉଣ୍ଟରେ ନିଜର ଏକ କିଛି ଫଟୋ ସେୟାର କରିଛନ୍ତି। ଫଟୋଗୁଡ଼ିକ ମୁମ୍ବାଇସ୍ଥିତ ତାଙ୍କ ବାସଭବନ ‘ମନ୍ନତ’ରେ ଉଠାଯାଇଥିବା ବେଳେ ସେ କଳା ରଙ୍ଗର ଆଉଟଫିଟ୍‌ରେ ନଜର ଆସିଛନ୍ତି। ଫଟୋରେ ହାତରେ ସୁହାନା ଜେମ୍‌ସ ଡିନ୍‌ଙ୍କ ଏକ ପୁସ୍ତକ ଧରିଥିବାର ଦେଖିବାକୁ ମିଳିଛି। ପ୍ରଶଂସକ ତାଙ୍କର ଏହି ଫଟୋଗୁଡ଼ିକୁ ଖୁବ୍‌ ପ୍ରଶଂସା କରୁଛନ୍ତି। ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି ଏହାକୁ ଖୁବ୍‌ ସୁନ୍ଦର ଲେଖଛନ୍ତି। ସୁହାନା ନ୍ୟୁୟର୍କରେ ଫିଲ୍ମ ନିର୍ମାଣ ସଂପର୍କରେ କୋର୍ସ କରୁଛନ୍ତି। କରୋନା ମହାମାରୀ ଯୋଗୁଁ ସେ ଏବେ ମୁମ୍ବାଇରେ ପରିବାର ସହିତ ସମୟ ବିତାଉଛନ୍ତି।

ସମ୍ବନ୍ଧିତ ଖବର