ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଶାହରୁଖ୍ ଖାନଙ୍କ ଝିଅ ସୁହାନା ଖାନ୍ କେଉଁ ସିନେମାରୁ ଅଭିନୟ କ୍ୟାରିଅର୍ ଆରମ୍ଭ କରିବେ ତାକୁ ନେଇ ବେଶ୍ କିଛି ମାସ ହେଲା ଚର୍ଚ୍ଚା  ହେଉଛି। ଏଭଳି ସମୟରେ ଏକ  ଖବର ଶୁଣିବାକୁ ମିଳିଛି।  ଚର୍ଚ୍ଚା ଅନୁଯାୟୀ ଜଣାଶୁଣା ନିର୍ମାତା ନିର୍ଦ୍ଦେଶକ କରଣ ଜୋହରଙ୍କ ଆଗାମୀ ଫିଲ୍ମ ‘‌ଷ୍ଟୁଡ଼େଣ୍ଟ ଅଫ୍ ଦ ଇଅର-୩’ରେ ନାୟିକା ଭୂମିକାରେ ନଜର ଆସିବେ ସୁହାନା।

Advertisment

ଖାଲିସେତିକି ନୁହେଁ, ଏଥିରେ କିଏ ତାଙ୍କର ନାୟକ ହେବେ ତାହା ମଧ୍ୟ ଜଣାଯାଇଛି। ଏଥିରେ ‘ବିଗ୍ବସ୍ -୧୩ ’ ସିଜନ୍ ଫେମ୍ ଅସୀମ୍ ରିୟାଜ୍ ସୁହାନାଙ୍କ ବିପକ୍ଷରେ ନାୟକ ଭୂମିକା ନିଭାଇବେ। ଅସୀମ୍ ‘ବିଗ୍ ବସ୍-୧୩’ସିଜନର ପ୍ରଥମ ରନର୍ସ ଅପ୍ ହୋଇଥିଲେ। ତେବେ ଏ ନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇ ନାହିଁ ।

publive-image
The Asian Age

ସୂଚନାଯୋଗ୍ୟ, କରଣ ଜୋହରଙ୍କ ଫିଲ୍ମ ‘‌ଷ୍ଟୁଡ଼େଣ୍ଟ ଅଫ୍ ଦ ଇଅର’ରୁ ବରୁଣ ଧୱନ୍ ,ସିଦ୍ଧାର୍ଥ ମାଲହୋତ୍ରା ଓ ଆଲିଆ ଭଟ୍ଟ ବଲିଉଡରେ କ୍ୟାରିଅର୍ ଆରମ୍ଭ କରିଥିଲେ। ଅପରପକ୍ଷରେ ଏହାର ସିକ୍ବେଲ୍ ଫିଲ୍ମ ‘‌ଷ୍ଟୁଡେଣ୍ଟ ଅଫ୍ ଦ ଇଅର-୨’ରେ ଟାଇଗର ଶ୍ରଫ୍, ଅନନ୍ୟା ପାଣ୍ଡେ ଓ ତାରା ସୁତାରିୟା ଅଭିନୟ କରିଥିଲେ।

ତେବେ ଶାହାରୁଖଙ୍କ ଝିଅ ସୁହାନା ତାଙ୍କ ଫିଲ୍ମ ଫିଲ୍ମ ‘‌ଷ୍ଟୁଡ଼େଣ୍ଟ ଅଫ୍ ଦ ଇଅର-୩’ରୁ ଡେବ୍ୟୁ କରୁଥିବା ଖବରକୁ ଖଣ୍ଡନ କରିଛନ୍ତି ନିର୍ମାତା  କରଣ ଜୋହର୍। ସେ ନିଜର ଟୁଇଟରରେ ଲେଖିଛନ୍ତି ଫିଲ୍ମ ‘‌ଷ୍ଟୁଡ଼େଣ୍ଟ ଅଫ୍ ଦ ଇଅର-୩’କୁ ନେଇ ପ୍ରକାଶ ପାଉଥିବା ଖବର ଭିତ୍ତିହୀନ। ଦୟାକରି ଏଭଳି ଭିତ୍ତିହୀନ ଖବର ପ୍ରକାଶନ ବନ୍ଦ କରନ୍ତୁ।’