କିଙ୍ଗ୍‌ଖାନ୍‌ଙ୍କ ଝିଅ ସୁହାନା ଏହି କାମରେ ଧୁରନ୍ଧର

ମୁମ୍ବାଇ: ବଲିଉଡ୍‌ ବାଦ୍‌ଶାହା ଶାହାରୁଖ ଖାନ୍‌ ଏବଂ ଗୌରୀ ଖାନ୍‌ଙ୍କ କନ୍ୟା ସୁହାନା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିଜର ଷ୍ଟାଇଲ୍‌ ସେନ୍ସ ପାଇଁ ପରିଚିତ ସୁହାନାଙ୍କର ଏକ ଫଟୋ ଏବେ ସାମ୍ନାକୁ ଆସିଛି। ସେହି ଫଟୋଟିରେ ଦେଖିବାକୁ ମିଳିଛି ସୁହାନା କିଛି ରୋଷେଇ କରୁଛନ୍ତି। ସୁହାନା ରୋଷେଇ ଘର ଭିତରେ ନୁଡୁଲ୍‌ସ ବନାଉଥିବାର ଏହି ଫଟୋ ସୋସିଆଲ୍‌ ମିଡିଆରେ ଏବେ ଚର୍ଚ୍ଚା ପାଲଟିଛି। ତେବେ ତାଙ୍କ ପୋଷ୍ଟ୍‍ରେ ମିଳିଥିବା କେତେକ କମେଣ୍ଟ୍‌ରୁ ଯାହା ଅନୁମାନ କରାଯାଉଛି ଶାହାରୁଖ ତନୟା କୁଆଡ଼େ ରୋଷେଇ କରିବାରେ ବେଶ୍‌ ଧୁରନ୍ଧର।

 

#Suhanakhan #cooking #shahrukhkhan #gaurikhan #photo #aryankhan

A post shared by Suhana Khan (@suhanakhanuniverse) on

ଅନ୍ୟ ଷ୍ଟାର୍‌ କିଡ୍‌ମାନଙ୍କ ଅପେକ୍ଷା ଶାହାରୁଖଙ୍କ କନ୍ୟା ସୁହାନାଙ୍କର ସୋସିଆଲ୍‌ ମିଡିଆରେ ଟିକେ ବେଶି ଫ୍ରେଣ୍ଡ୍‌, ଫଲୋଇଙ୍ଗ୍‌ ରହିଛନ୍ତି। ସୁହାନାଙ୍କର ଏହି ଫଟୋ ଗତ ୨ ଦିନ ହେବ ସୋସିଆଲ୍‌ ମିଡିଆରେ ଧମାଲ ମଚେଇବାରେ ଲାଗିଛି। ଖାଲି ଏତିକି ନୁହେଁ, ସୁହାନା ବଡ଼ ହେବା ସହ ନିଜର ଷ୍ଟାଇଲ୍‌ ଏବଂ ଡ୍ରେସିଂ ସେନ୍ସରେ ମାଆ ଗୌରୀ ଖାନ୍‌ଙ୍କୁ ବି ଟକ୍କର ଦେବାକୁ ଲାଗିଲେଣି।ଏଠାରେ ଜଣାଇ ଦେଉଛୁ ଯେ ନିକଟରେ ଏକ ସାକ୍ଷାତକାରରେ ଶାହାରୁଖ ନିଜ ଝିଅ ସଂପର୍କରେ କହିଥିଲେ ଯେ ସୁହାନା ଜଣେ ଅଭିନେତ୍ରୀ ହେବାର ଇଚ୍ଛା ରଖିଛନ୍ତି। ତାଙ୍କର ଅଭିନୟ ଦକ୍ଷତା ମଧ୍ୟ ଭଲ ରହିଛି। ଅପରପକ୍ଷରେ ପୁଅ ଆରିୟାନ୍‌ ଚଳଚ୍ଚିତ୍ର ନିର୍ମାତା ହେବାକୁ ସ୍ୱପ୍ନ ଦେଖୁଛନ୍ତି।

ସମ୍ବନ୍ଧିତ ଖବର