ମୁମ୍ବାଇ: ବଲିଉଡ ସୁପରଷ୍ଟାର୍ ଶାହରୁଖ୍ ଖାନ୍ଙ୍କ କନ୍ୟା ସୁହାନା ଖାନ୍ଙ୍କ ଫଟୋକୁ ‘ଓ୍ଵଗ୍’ମାଗାଜିନ୍ର ଅଗଷ୍ଟ ସଂଖ୍ୟାରେ ସ୍ଥାନ ମିଳିଛି। ଏଥିରେ ସୁହାନାଙ୍କର ବୋଲ୍ଡ ଫଟୋ ସ୍ଥାନ ପାଇଛି। ଏହି ଫଟୋ ସୁଟ୍ ଦେଖିବାପରେ ଶାହରୁଖ୍ ଖାନ୍ ଖୁବ୍ ଆନନ୍ଦିତ ହୋଇଛନ୍ତି। ସେଏଥିପାଇଁ ନିଜର ଝିଅ ପାଇଁ ଏକ ଭାବପ୍ରବଣ ମେସେଜ୍ ଲେଖି ଓ୍ଵଗ୍ ଇଣ୍ଡିଆକୁ ଧନ୍ୟବାଦ ଜଣାଇଛନ୍ତି କିଙ୍ଗ୍ ଖାନ୍।
କିଙ୍ଗ୍ ଖାନ୍ ଲେଖିଛନ୍ତି,ପୁଣି ଥରେ ସୁହାନାଙ୍କୁ ସ୍ଥାନ ଦେଇଥିବା ହେତୁ ଓ୍ଵଗ୍ ଇଣ୍ଡିଆ ଧନ୍ୟବାଦ । ପ୍ରେମର ସିଞ୍ଚନ କରୁଥିବା ଲୋକମାନେ ଖୁବ୍ ମୂଲ୍ୟବାନ୍। ଖାସ୍ କରି ଯେତେବେଳେ ଆମ ପିଲାମାନଙ୍କ ପାଇଁ କେହି କିଛି କରେ। ମୋ’ ତରଫରୁ ସୁହାନା ଖାନ୍ଙ୍କୁ ଭଲପାଇବା ଓ ବିଗ୍ ହଗ୍।
ସୁହାନା ଖାନ୍ ବଲିଉଡ୍ରେ ଡେବ୍ୟୁ କରିବା ପୂର୍ବରୁ ଲୋକଙ୍କ ମନରେ ଆଗ୍ରହ ସୃଷ୍ଟି କରିଲେଣି। ସେ ଏବେ ଇଂଲଣ୍ଡରେ ପାଠ ପଢ଼ୁଛନ୍ତି। ଏବେ ବ୍ରେକ୍ ନେଇ ମୁମ୍ବାଇ ଆସିଛନ୍ତି। ଶୁଣିବାକୁ ମିଳୁଛି ଆଗାମୀ ବର୍ଷ ସୁହାନା ବଲିଉଡ୍ରେ ନାୟିକାଭାବେ କ୍ୟାରିଅର୍ ଆରମ୍ଭ କରିବେ। ଏଥିପାଇଁ ଶାହରୁଖ୍ ଖାନ୍ ତାଙ୍କର ଘନିଷ୍ଠ ବନ୍ଧୁ ତଥା ନିର୍ମାତା-ନିର୍ଦ୍ଦେଶକ କରଣ ଜୋହରଙ୍କୁ ଦାୟିତ୍ୱ ଦେଇଥିବା ଚର୍ଚ୍ଚା ହେଉଛିି।