ପୁଣି ଚର୍ଚ୍ଚାରେ ଶାହରୁଖ୍ ଖାନଙ୍କ ଝିଅ ସୁହାନା,ଜାଣନ୍ତୁ କାହିଁକି

0

ମୁମ୍ବାଇ: ବଲିଉଡ ସୁପରଷ୍ଟାର୍ ଶାହରୁଖ୍ ଖାନଙ୍କ ଝିଅ ସୁହାନାଅନେକ ସମୟରେ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହି ଆସିଛନ୍ତି। ଏବେ ସେ ଲଣ୍ଡନରେ ପାଠ ପଢ଼ୁଛନ୍ତି। ସେହି ସ୍କୁଲର ଡର୍ମିଟାରିରେ ପାସ୍ତା ତିଆରି କରୁଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗତ କିଛି ଦିନତଳେ ସୁହାନା ଏବଂ ଶାହରୁଖ୍‌ ଖାନ୍‌ ମୁମ୍ବାଇ ବିମାନବନ୍ଦରରେ ଏକାଠି ନଜର ଆସିଥିଲେ। କିଙ୍ଗ ଖାନ୍‌ ସୁହାନାଙ୍କୁ ଲଣ୍ଡନ ପଠାଇବାପାଇଁ ସେଠାକୁ ଆସିଥିଲେ । ସେ ବାପାଙ୍କ ଭଳି ଅଭିନୟ କ୍ଷେତ୍ରରେ ପ୍ରବେଶ କରିବେ। ୨୦୧୮ରେ ବଲିଉଡରେ ଡେବୁ କରିବାକୁ ଯାଉଥିବା ଖବର ଏକଦମ୍‌ ପକ୍କକା। କାରଣ ସୁହାନା ଗତ କିଛି ମାସ ହେବ ଅଧିକାଂଶ ପାର୍ଟିରେ ଯୋଗ ଦେଉଛନ୍ତି। ଖାଲି ସେତକି ନୁହେଁ ,ସେ ଫିଲ୍ମ ପ୍ରମିଅରକୁ ବି ମିସ୍‌ କରୁ ନାହାନ୍ତି। ସେ ନିଜର ଇନଷ୍ଟାଗ୍ରାମରେ ଅନେକ ସମୟରେ ନିଜ ବୋଲଡ ଫଟୋ ବି ସେଆର୍‌ କରି ଚର୍ଚ୍ଚାରେ ରହିବାକୁ ଚାହୁଁଛନ୍ତି।

photo-bollywoodpapa.com

ସେ ଜଣେ ଜନ୍ମଜାତ କଳାକାର। ସେ ଥିଏଟର ସହିତ ଜଡିତ। ତାଙ୍କର ଅଭିନୟ ଦେଖି ବରିଷ୍ଠ ଅଭିନେତ୍ରୀ ଶବାନା ଆଜମୀ ସୁହାନାଙ୍କର ପ୍ରଶଂସା କରିଥିଲେ। ସେ ଯାହା ହେଉନା କାହିଁକି ପିତା ଶାହରୁଖ୍ ଖାନଙ୍କ ଅପେକ୍ଷା ଏବେ ବଲିଉଡର ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଛନ୍ତି ସୁହାନା। ଏବେ ସେ କେଉଁ ସିନେମାରେ ପ୍ରଥମେ ଅଭିନୟ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। ଏଥିପାଇଁ କାହାଣୀ ଖୋଜିବାର ଦାୟିତ୍ୱ ଦିଆଯାଇଛି ନିର୍ମାତା-ନିର୍ଦ୍ଦେଶକ କରଣ ଜୋହରଙ୍କୁ। ଶୁଣିବାକୁ ମିଳୁଛି ଯେ ଇତିମଧ୍ୟରେ କାହାଣୀ ଖୋଜା ସରିଛି । କିଏ ଏହାର ନିର୍ଦ୍ଦେଶନା ଦେବେ ତାହା ଦେଖିବାକୁ ବାକି ରହିଲା। ଆଉ ଏହି ସିନେମାରେ କିଏ ସୁହାନାଙ୍କର ନାୟକ ହେବେ ତାହା ଜାଣିବାକୁ ଅପେକ୍ଷା ଅଛି।

photo-ndia.com

ଏଠାରେ ସୂଚନାଯୋଗ୍ୟ ଯେ ସୁହାନା ବଲିଉଡ ସୁପରଷ୍ଟାର୍ ଶାହରୁଖ୍ ଖାନ ଙ୍କ ସହ ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ଥିବା ଏକ ମଲ୍ଟିପ୍ଲେକସରେ ଆୟୋଜିତ ଫିଲ୍ମ‘ଟ୍ୟୁବଲାଇଟ୍‌’ର ସ୍ୱତନ୍ତ୍ର ସ୍କ୍ରିନିଂରେ ଯୋଗ ଦେଇ ପ୍ରଥମେ ଚର୍ଚ୍ଚିତା ହୋଇଥିଲେ । ଏହି ସିନେମା ଦେଖିବାଲାଗି ଶାହରୁଖ୍ ଖାନ କାଜୁଆଲ୍‌ ଡ୍ରେସ୍‌ ପିନ୍ଧିଥିବା ବେଳେ ଝିଅ ସୁହାନା ଏକ ଆକର୍ଷଣୀୟ ଟପ୍‌ ଏବଂ ଜିନସ୍‌ ପିନ୍ଧିଥଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.