ଶାହରୁଖ୍ ଖାନଙ୍କ ଝିଅ ସୁହାନା କେବଳ ଷ୍ଟାଇଲିସ୍‌ ନୁହନ୍ତି, ବରଂ କୁଇନ୍‌ ଅଫ୍‌ ଏକ୍ସପ୍ରେସନ୍‌ ବି

ମୁମ୍ବାଇ: ବଲିଉଡ ସୁପରଷ୍ଟାର୍ ଶାହରୁଖ୍ ଖାନ ଏବଂ ଜଣାଶୁଣା ପ୍ରଯୋଜିକା ଗୌରୀ ଖାନଙ୍କ ଝିଅ ସୁହାନାଅନେକ ସମୟରେ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହି ଆସିଛନ୍ତି। ଏବେ ସେନିଜର ଇନଷ୍ଟାଗ୍ରାମରେ ଅନେକ ସମୟରେ ନିଜ ବୋଲଡ ଫଟୋ ବି ସେଆର୍‌ କରି ଚର୍ଚ୍ଚାରେ ରହିବାକୁ ଚାହୁଁଛନ୍ତି।ତେବେ ଏଇ ନିକଟରେ ସେ ଯେଉଁସବୁ ଫଟୋ ସେଆର୍‌ କରିଛନ୍ତି ସେଥିରୁ ସ୍ପଷ୍ଟଭାବେ ଜଣାପଡ଼ୁଛି ଯେ ସୁହାନା କେବଳ ଷ୍ଟାଇଲିସ୍‌ ନୁହନ୍ତି ,ବରଂ ସେ କୁଇନ୍‌ ଅଫ୍‌ ଏକ୍ସପ୍ରେସନ୍‌ ( ଭାବ ପ୍ରକାଶର ରାଣୀ)।

ତାଙ୍କର ପ୍ରତ୍ୟେକ ଫଟୋର ଜଣାପଡ଼ୁଛି ଯେ ସୁହାନା ଜଣେ ଭଲ ଅଭିନେତ୍ରୀ ହେବେ।ସେ ଜଣେ ଜନ୍ମଜାତ କଳାକାର। ସେ ଥିଏଟର ସହିତ ଜଡିତ। ତାଙ୍କର ଅଭିନୟ ଦେଖି ଥରେ ବରିଷ୍ଠ ଅଭିନେତ୍ରୀ ଶବାନା ଆଜମୀ ସୁହାନାଙ୍କର ପ୍ରଶଂସା କରିଥିଲେ। ସେ ଯାହା ହେଉନା କାହିଁକି ପିତା ଶାହରୁଖ୍ ଖାନଙ୍କ ଅପେକ୍ଷା ଏବେ ବଲିଉଡର ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଛନ୍ତି ସୁହାନା।

photo-instagram

ଏବେ ସୁହାନା ଲଣ୍ଡନରେ ପାଠ ପଢ଼ୁଛନ୍ତି। ତାପରେ ସେ ବଲିଉଡରେ ପାଦ ଥାପିବେ ବୋଲି କୁହାଯାଉଛି। ଏଥିପାଇଁ କାହାଣୀ ଖୋଜିବାର ଦାୟିତ୍ୱ ଦିଆଯାଇଛି ନିର୍ମାତା-ନିର୍ଦ୍ଦେଶକ କରଣ ଜୋହରଙ୍କୁ। ଶୁଣିବାକୁ ମିଳୁଛି ଯେ ଇତିମଧ୍ୟରେ କାହାଣୀ ଖୋଜା ସରିଛି । ଏବେ ସେ କେଉଁ ସିନେମାରେ ପ୍ରଥମେ ଅଭିନୟ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। ଆଉ ଏହି ସିନେମାରେ କିଏ ସୁହାନାଙ୍କର ନାୟକ ହେବେ ତାହା ଜାଣିବାକୁ ଅପେକ୍ଷା ଅଛି। କିଏ ଏହାର ନିର୍ଦ୍ଦେଶନା ଦେବେ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର