ମୁମ୍ବାଇ : ରିଲିଜ ହୋଇଛି ଅନୁଷ୍କା ଶର୍ମା ଏବଂ ବରୁଣ ଧଓ୍ଵନଙ୍କ ଅଭିନୀତ ଫିଲ୍ମ ସୁଇ ଧାଗାର ପ୍ରଥମ ପୋଷ୍ଟର । ପୋଷ୍ଟରଟି ରିଲିଜ ହେବା ପରେ ଫିଲ୍ମକୁ ଦେଖିବା ପାଇଁ ଅଧିକ ଉତ୍ସାହିତ ହୋଇପଡ଼ିଛନ୍ତି ସେମାନଙ୍କ ପ୍ରଶଂସକ । ପୋଷ୍ଟରରେ ଦେଖା ଯାଇଥିବା ସେମାନଙ୍କ ଲୁକ୍କୁ ନେଇ ଦର୍ଶକେ ଖୁବ୍ ପ୍ରଶଂସା କରିଛନ୍ତି । ପୂର୍ବ ଫିଲ୍ମ ଅପେକ୍ଷା ଏଥିରେ ତାଙ୍କ ଲୁକ୍ ସଂପୂର୍ଣ୍ଣ ଅଲଗା ରହିଛି । ଏଥିରେ ବରୁଣଙ୍କ ଚରିତ୍ରର ନାମ ମୌଜି ହୋଇଥିବା ବେଳେ ଅନୁଷ୍କାଙ୍କ ଚରିତ୍ରର ନାମ ମମତା ରଖାଯାଇଛି ।
ଫିଲ୍ମରେ ଥିବା ଚରିତ୍ରକୁ ଜୀବନ୍ତ କରିବା ପାଇଁ ଦୁଇ ସୁପରଷ୍ଟାର ଅନେକ ଚେଷ୍ଟା କରିଥିବା ବେଳେ ସେମାନଙ୍କର ଚେଷ୍ଟା ସଫଳ ହୋଇଛି ବୋଲି ରିଲିଜ ହୋଇଥିବା ପ୍ରଥମ ପୋଷ୍ଟରରୁ ସ୍ପଷ୍ଟ ହୋଇଛି । ଏହି ଫିଲ୍ମଟି ମେକ୍ ଇନ୍ ଇଣ୍ଡିଆ ଅଭିଯାନରୁ ଅନୁପ୍ରାଣିତ ହୋଇ କରାଯାଇଥିବା ଜଣାପଡ଼ିଛି । ଫିଲ୍ମର ନିର୍ଦ୍ଦେଶନା ଶରତ କଟରିଆ ଦେଇଥିବା ବେଳେ ପ୍ରୋଯୋଜନା ଦାୟିତ୍ୱ ତୁଲାଇଛନ୍ତି ମନୀଷ ଶର୍ମା ।
/sambad/media/post_attachments/wp-content/uploads/2018/02/dce4db22017c22bcb5576914cdfdc00ca180415c-tc-img-preview-300x200.jpg)
ଏଥିରେ ବରୁଣ ଜଣେ ଦର୍ଜି ଭୁମିକାରେ ନଜର ଆସୁଥିବା ବେଳେ ଅନୁଷ୍କା ଜଣେ ଏମ୍ବ୍ରୋଏଡ଼ର ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମଟି ଗାନ୍ଧୀ ଜୟନ୍ତୀ ପୂର୍ବରୁ ଅର୍ଥାତ ସେପ୍ଟେମ୍ବର ୨୮ରେ ରିଲିଜ ହେବ ବୋଲି ସୂଚନା ମିଳିଛି ।