ପ୍ରଥମେ ଦୀପକ, ତା’ପରେ ରାକେଶ ଏବଂ ରାଜ ରାଜେଶ ଆଉ ଏବେ ସୁଜିତ। ଜୀ-ସାର୍ଥକର ଟେଲିସିନେମା ‘ପାରି କରିବେ ଭୋଳାଶଙ୍କର’ର ପ୍ରଥମ ଭାଗରେ ଦୀପକ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲା ବେଳେ ଏଥିରେ ନାୟିକା ଭୂମିକାରେ ଥିଲେ ସସ୍ମିତା। ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଚିନ୍ମୟ ଦାସ ପଟ୍ଟନାୟକ। ଏଣେ ‘ପାରି କରିବେ ଭୋଳାଶଙ୍କର ୨’ରେ ନାୟକ ଭୂମିକା ନିଭାଇଥିଲେ ରାକେଶ ଓ ନାୟିକା ଥିଲେ ଲିପିକା ସେନାପତି। ପ୍ରିୟବ୍ରତ ପଣ୍ଡା ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ। ତା’ପରେ ‘ପାରି କରିବେ ଭୋଳାଶଙ୍କର ୩’ରେ ଜଣାଶୁଣା ଅଭିନେତା ରାଜ ରାଜେଶ ଓ ମୋମିତାଙ୍କ ଯୋଡ଼ିକୁ ଦେଖିବାକୁ ପାଇଥିଲେ ଦର୍ଶକ। କାହାଣୀ, ଚିତ୍ରନାଟ୍ୟ ଓ ସଂଳାପରେ ରିପିଟ୍ ହୋଇଥିଲେ ପ୍ରିୟବ୍ରତ ପଣ୍ଡା।
ଏବେ ‘ପାରି କରିବେ ଭୋଳାଶଙ୍କର ୪’ରେ ନାୟକ ଭୂମିକାରେ ଅଛନ୍ତି ସୁଜିତ। ସୁଜିତ ଚଳିତ ବର୍ଷ ମୁକ୍ତିଲାଭ କରିଥିବା ଓଡ଼ିଆ ଛବି ‘ଭାଇ’ରେ ନଜର ଆସିଥିଲେ। ତାଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଛନ୍ତି ଟେଲି ଜଗତର ଜଣାଶୁଣା ଅଭିନେତ୍ରୀ ଅନନ୍ୟା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଭାସ ଓ ବାଦଲ ମହାନ୍ତି ବି ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ପୂର୍ବ ତିନିଟି ଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ ଏଥର ବି ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/06/28/dgdaadgad-2025-06-28-00-11-24.jpg)