ବିଦେଶରେ ପରିବାର ପାଇଁ ଘର କିଣିବାକୁ ମୋଠାରୁ ଟଙ୍କା ନେଇଛନ୍ତି ନୋରା: ସୁକେଶ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ‌ ନୋରା ଫତେହିଙ୍କ ବିରୋଧରେ ଅନେକ ଚାଞ୍ଚଲ୍ୟକର ଖୁଲାସା କରିଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଏବେ ଆଉ ଏକ ବଡ଼ ଖୁଲସା କରିଛି। ବିଦେଶରେ ଘର କିଣିବା ପାଇଁ ନୋରା ତାଙ୍କଠାରୁ ଟଙ୍କା ନେଇଥିବା କହିଛନ୍ତି ସୁକେଶ।

ବଲିଉଡ ଅଭିନେତ୍ରୀ ନୋରା ଫତେହିଙ୍କୁ ନେଇ ସୁକେଶ କହିଛି ଯେ “ମୁଁ ତାଙ୍କୁ ଘର କିଣି ଦେବି ବୋଲି ପ୍ରତିଶ୍ରୁତି ଦେଇଥିବା କଥା  ନୋରା କହୁଛନ୍ତି। କିନ୍ତୁ ମୋରୋକ୍କୋର କାସାବ୍ଲାନ୍କାରେ ତାଙ୍କ ପରିବାର ପାଇଁ ଘର କିଣିବା ପାଇଁ ସେ ମୋଠାରୁ ବହୁ ଟଙ୍କା ନେଇଛନ୍ତି। ନିଜକୁ ବଞ୍ଚାଇବା ପାଇଁ ନୋରା ଏଭଳି ମିଛ କହୁଛନ୍ତି।”

କିଛି ଦିନ ତଳେ କୋର୍ଟଙ୍କୁ ନୋରା କହିଥିଲେ, ମହାଠକ ସୁକେଶ ସିଧାସଳଖ ଭାବେ କଥା ନହୋଇ ତାଙ୍କ ଘନିଷ୍ଠ ସହଯୋଗୀ ପିଙ୍କି ଇରାନୀଙ୍କ ମାଧ୍ୟମରେ ବିଭିନ୍ନ ଅଫର ମୋତେ ଦେଉଥିଲେ। ପିଙ୍କି ଇରାନୀଙ୍କ ମାଧ୍ୟମରେ ସୁକେଶ ଚନ୍ଦ୍ରଶେଖର ମୋତେ ଏକ ବଡ ଘର ଏବଂ ବିଳାସପୂର୍ଣ୍ଣ ଜୀବନ ଦେବାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏହା ବଦଳରେ ମୋତେ ତାଙ୍କର ପ୍ରେମିକା ହେବାକୁ ପଡ଼ିବ ବୋଲି କହିଥିଲେ। ମୁଁ କୌଣସି ଜବାବ ନଦେବାରୁ ପିଙ୍କି ଇରାନୀ ମୋ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରି କହିଥିଲେ ଯେ ଜାକଲିନ୍ ଫର୍ଣ୍ଣାଣ୍ଡିଜ୍ ସୁକେଶଙ୍କ ଅଫରକୁ ଗ୍ରହଣ କରିବା ପାଇଁ ଅନାଇ ବସିଛନ୍ତି। କିନ୍ତୁ ସୁକେଶ ନୋରା ଫତେହିଙ୍କୁ ପ୍ରେମିକା କରିବାକୁ ଚାହୁଁଛନ୍ତି। ଅନେକ ଅଭିନେତ୍ରୀ ସୁକେଶଙ୍କର ପ୍ରେମିକା ହେବାକୁ ଲାଇନ ଲଗାଇଛନ୍ତି ବୋଲି ପିଙ୍କି ଇରାନୀ ମୋ ସମ୍ପର୍କୀୟଙ୍କୁ କହିଥିଲେ।

ସମ୍ବନ୍ଧିତ ଖବର