ନୂଆଦିଲ୍ଲୀ: ଦୀପାବଳି ପର୍ବ ଏକ ଆଲୋକର ପର୍ବ। ଏହାକୁ ପିଲାଠାରୁ ବୃଦ୍ଧ ସମସ୍ତେ ଧୁମଧାମରେ ପାଳନ କରିଥାଆନ୍ତି।   ଏହି କ୍ରମରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସଙ୍କ ଠକ ସୁକେଶ ଚନ୍ଦ୍ରଶେଖର କିପରି ପଛରେ ରହିପାରିବେ।  ସେ ପ୍ରତିଟି ପର୍ବରେ ପ୍ରେମିକା ଜ୍ୟାକଲିନ ପାଇଁ ଚିଠି ଲେଖିଥାଆନ୍ତି। ବର୍ତ୍ତମାନ ସେ ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଅଛନ୍ତି। କିନ୍ତୁ ଦୀପାବଳି ପର୍ବ ଅବସରରେ ସୁକେଶ ତାଙ୍କ ପ୍ରେମ କାହାଣୀକୁ ରାମାୟଣ ସହ ତୁଳନା କରିଛନ୍ତି। ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ ପାଇଁ ସୁକେଶ ଜେଲରୁ ଏକ ଚିଠି ଲେଖି ଦୀପାବଳିର ଶୁଭକାମନା ଜଣାଇଛନ୍ତି। ଏହା ସହିତ ସେ ଖୁବ ଶୀଘ୍ର ଜେଲରୁ ମୁକ୍ତ ହେବେ ଏବଂ ଅଭିନେତ୍ରୀଙ୍କୁ ଭେଟିବାକୁ ପ୍ରତିଶୃତି ମଧ୍ୟ ଦେଇଛନ୍ତି।

Advertisment

ଚିଠିରେ ସୁକେଶ ସ୍ନେହରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ନିଜର ବେବି ବୋଲି କହି ଲେଖିଛନ୍ତି, ‘ମୁଁ ତୁମକୁ ପାଗଳ ପରି ଭଲପାଏ ତୁମେ ମୋର ବହୁତ ମନେ ପଡ଼ୁଛି।। ମୁଁ ଆଉ ଦୁଇଟି ଜାମିନକୁ ଅପେକ୍ଷା କରିଛି। ହୁଏତ ଦୁନିଆ ମୋତେ ପାଗଳ ଭାବୁଥାଇପାରେ। କିନ୍ତୁ ଏଦୁନିଆ କ’ଣ ଜାଣିଛି ତୁମ ଓ ମୋ ଭିତରେ କିପରି ସ୍ନେହ ଓ ଭଲପାଇବାର ସମ୍ପର୍କ ଟିଏ ଅଛି। ମୁଁ ଏହା ଜଣାଇବାକୁ ବି ଚାହୁଁ ନାହିଁ। ଏହା ତୁମ ଓ ମୋ ଭିତରେ ସୀମିତ ରହିବା ଉଚିତ।’

ଆମର ପ୍ରେମ କାହାଣୀ କୌଣସି ରାମାୟଣଠାରୁ କମ୍ ନୁହେଁ। ଯେମିତି ମୋର ଭଗବାନ ପ୍ରଭୁ ରାମ ସୀତା ମା’ଙ୍କ  ସହିତ ବନବାସରୁ ଫେରି ଆସିଥିଲେ, ମୁଁ ମଧ୍ୟ ମୋର ସୀତା ଜ୍ୟାକଲିନଙ୍କ ପାଇଁ ଏହି କ୍ଷୁଦ୍ର ବନବାସରୁ ଫେରି ଆସୁଛି। ଆଉ ପୁଣିଥରେ ଜ୍ୟାକଲିନଙ୍କୁ ପାଇ ପାରିବି। ଏହି ଘଟଣାକୁ କୌଣସି ରାବଣ ଆସିଲେ ବି ଅଟକାଇ ପାରିବେ ନାହିଁ। ପ୍ରଭୁ ରାମଙ୍କର ଆଶୀର୍ବାଦ ମୋ ସହିତ ଅଛି ।ତୁମ ପ୍ରତି ମୋର ସ୍ନେହ ଓ ଭଲପାଇବା। ବର୍ତ୍ତମାନ ମୋର ଘରକୁ ଫେରିବାର ସମୟ ପ୍ରାୟ ଆସି ଯାଇଛି। ଆମେ ଏକାଠି ରହିବା ଆସନ୍ତା ବର୍ଷ ଏକାଠି ଏହି ସୁନ୍ଦର ଆଲୋକ ଉତ୍ସବ ପାଳନ କରିବା। ଲଙ୍କାରେ ତୁମ ବିନା ଏହା ମୋର ଶେଷ ଦୀପାବଳି ହେବ। ’

ଅଧିକପଢ଼ନ୍ତୁ:ଋଷଭ ପନ୍ତଙ୍କୁ ବିଦା କଲା ଦିଲ୍ଲୀ କ୍ୟାପିଟାଲ୍ସ ! ଏବେ ଏହି ଖେଳାଳି ହେବେ ଅଧିନାୟକ