ମୁମ୍ବାଇ: ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ସର୍ବଦା ଚର୍ଚ୍ଚାରେ ରହିଥାନ୍ତି | ନିଜ ଅପରାଧ ବ୍ୟତୀତ ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପ୍ରେମପତ୍ର ଲେଖି ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟନ୍ତି | ପୂର୍ବରୁ ଅଭିନେତ୍ରୀଙ୍କ ଜନ୍ମଦିନ ଓ ଭାଲେଣ୍ଟାଇନ ଡେ'ରେ ତାଙ୍କୁ କୋଟି କୋଟି ଟଙ୍କାର ଉପହାର ଦେଇଥିବା ନେଇ ଦାବି କରିଥିବା ସୁକେଶ ଏବେ ଖ୍ରୀଷ୍ଟମାସରେ ଅଭିନେତ୍ରୀଙ୍କୁ ପୁଣି ଏକ ଦାମୀ ଉପହାର ଦେଇଛନ୍ତି |
ସେ ପୁଣି ଥରେ ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଣ୍ଡିସଙ୍କ ପାଇଁ ଏକ ଚିଠି ଲେଖିଛନ୍ତି, ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି | ସୁକେଶ, ଜାକଲିନଙ୍କ ପାଇଁ ଏହି ଚିଠି ନିଜ ହାତରେ ଲେଖିଥିବା ଜଣାଯାଇଛି । ଏହି ଚିଠିରେ ସେ ନିଜକୁ ଜାକଲିନଙ୍କ ସାଣ୍ଟା ବୋଲି ବର୍ଣ୍ଣନା କରିଛନ୍ତି ଏବଂ ତାଙ୍କୁ ଫ୍ରାନ୍ସର ଏକ ସମ୍ପୂର୍ଣ୍ଣ ଅଙ୍ଗୁର ବଗିଚା ଉପହାର ଦେଇଥିବା ଲେଖିଛନ୍ତି। ସୁକେଶଙ୍କ ଏହି ଚିଠି ଏବେ ଭାଇରାଲ ହେବାରେ ଲାଗିଛି।
ଏହା ପୂର୍ବରୁ ମହାଠକ, ନିର୍ମାତା କରଣ ଜୋହରଙ୍କୁ ଏକ ଖୋଲା ଚିଠି ଲେଖି ଧର୍ମା ପ୍ରଡକ୍ସନ୍ସରେ ୫୦-୭୦ ପ୍ରତିଶତ ଅଂଶଧନ କିଣିବାକୁ ଚାହୁଥିବା ଜଣାଇଥିଲା | ଜାକଲିନଙ୍କ ପାଇଁ ସେ ଏଭଳି କରିବାକୁ ଚାହୁଁଥିବା ଜଣାଇଥିଲା |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/12/27/GPupjCK6kB7UnV8SKDbU.jpg)