କେବଳ ଜାକଲିନ୍ ଓ ନୋରା ନୁହନ୍ତି, ଏହି ୪ଜଣ ଅଭିନେତ୍ରୀଙ୍କୁ ବି ଦାମୀ ଉପହାର ଦେଇଥିଲା ସୁକେଶ

ମୁମ୍ବାଇ: ‘କନ୍‌ମ୍ୟାନ୍‌’ ସୁକେଶ ଚନ୍ଦ୍ରଶେଖର ୨୦୦ କୋଟି ବଟି ଆଦାୟ ମାମଲାକୁ ନେଇ ଏବେ ଜେଲରେ ଅଛନ୍ତି। ତାଙ୍କ ସହ ସମ୍ପର୍କ ଥିବାରୁ ବଲିଉଡ ଅଭିନେତ୍ରୀ ଜାକଲିନ୍ ଫର୍ଣ୍ଣାଣ୍ଡିଜ୍ ଏବଂ ନୋରା ଫତେହି ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଦିଲ୍ଲୀ ପୁଲିସର ଇଓଡବ୍ଲୁ ଜାକଲିନଙ୍କୁ ପଚରାଉଚରା କରିଥିବା ବେଳେ ନୋରାଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ତେବେ ଏମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଜାକଲିନ ଓ ନୋରାଙ୍କ ବ୍ୟତୀତ ତିହାର ଜେଲରେ ସୁକେଶ ଚନ୍ଦ୍ରଶେଖରଙ୍କୁ ଅନ୍ୟ ଚାରିଜଣ ଅଭିନେତ୍ରୀ ଭେଟିଥିବା ସାମ୍ନାକୁ ଆସିଛି।  ଏହି ଚାରିଜଣ ଅଭିନେତ୍ରୀ ହେଲେ ନିକିତା ତମ୍ବୋଲି, ଚାହତ ଖନ୍ନା, ସୋଫିଆ ସିଂ ଏବଂ ଆରୁଶା ପାଟିଲ। ଏମାନଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି।

ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସୁକେଶଙ୍କ ସହଯୋଗୀ ପିଙ୍କି ଇରାନୀ ସୁକେଶଙ୍କ ଅସଲ ପରିଚୟ ଲୁଚାଇ ନିକିତା ତମ୍ବୋଲି, ଚାହତ ଖନ୍ନା, ସୋଫିଆ ସିଂ ଏବଂ ଆରୁଶା ପାଟିଲଙ୍କୁ ସୁକେଶଙ୍କ ସହ ପରିଚିତ କରାଇଥିଲେ। ସୁକେଶଙ୍କୁ ଭେଟିବା ପରେ ଅଭିନେତ୍ରୀମାନଙ୍କୁ ଦାମୀ ଉପହାର ଏବଂ ଟଙ୍କା ଦିଆଯାଇଥିଲା। ତିହାର ଜେଲରେ ଏହି ସାକ୍ଷାତକାର ହୋଇଥିଲା। ତେବେ ଆରୁଶା ସୁକେଶଙ୍କୁ ଭେଟିଥିବା କଥା ଗ୍ରହଣ କରିଥିଲେ ବି ତିହାର ଜେଲରେ ଭେଟିଥିବା କଥାକୁ ଅସ୍ବୀକାର କରିଛନ୍ତି। ତେବେ ସୁକେଶ ଜଣେ ଦକ୍ଷିଣ ଭାରତୀୟ ପ୍ରଯୋଜକ ବୋଲି କହି ପିଙ୍କି ୪ଜଣ ଅଭିନେତ୍ରୀଙ୍କ ସହ ତାଙ୍କର ସାକ୍ଷାତ କରାଇଥିଲେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର