ମୁମ୍ବାଇ: ଛୋଟ ପରଦାରେ ପୁଣିଥରେ ‘କସୌଟି ଜିନ୍ଦେଗି ’ସିରିଏଲ୍ ଦେଖିବାକୁ ପାଇବେ । ସିରିଏଲର ନାଆଁ ରହିଛି ‘କସୌଟି ଜିନ୍ଦେଗି-୨’। ଇତିମଧ୍ୟରେ ଏହି ସିରିଏଲ୍ର ଟିଜର୍ ମଧ୍ୟ ରିଲିଜ୍ ହୋଇସାରିଛି।
ଏହି ସିରିଏଲ ସଂପର୍କରେ ଆଉ ଏକ କଥା ଏବେ ସାମ୍ନାକୁ ଆସିଛି। ପ୍ରଖ୍ୟାତ ନିର୍ମାତ୍ରୀ ଶୋଭା କପୁର ଓ ଏକତା କପୁରଙ୍କ ପ୍ରଯୋଜିତ ଏହି ବହୁପ୍ରତୀକ୍ଷିତ ମେଗା ଧାରାବାହିକରେ ସୁମୋନା ଚକ୍ରବର୍ତ୍ତୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ହଁ ସେ ଏଥିରେ ଲିଡ୍ ଚରିତ୍ର ଅନୁରାଗ ବାସୁଙ୍କ ବଡ଼ଭଉଣୀ ନିବେଦିତା ବାସୁଙ୍କ ଭୂମିକାରେ ଅଭିନୟ କରୁଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ,୨୦୦୧ରେ ଯେତେବେଳେ ‘କସୌଟି ଜିନ୍ଦେଗି କେ’ର ପ୍ରସାରଣ ଆରମ୍ଭ ହୋଇଥିଲା,ସେତେବେଳେ ନିବେଦିତା ଭୂମିକାରେ ନଜର ଆସିଥିଲେ ପୁନମ୍ ନରୁଲା। ସେ ଏଥିରୁ ଓହରିଯିବା ପରେ ସେହି ଚରିତ୍ରରେ ଅଭିନୟ କରିଥିଲେ ସ୍ମିତା ବଂଶଲ୍।
କପିଲ୍ ଶର୍ମାଙ୍କ ରିଆଲିଟି କମେଡି ସୋ’ରେ କପିଲଙ୍କ ପତ୍ନୀ ଭୂମିକାରେ ଅଭିନୟ କରି ସିନେମା ଚକ୍ରବର୍ତ୍ତୀ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ।
‘କସୌଟି ଜିନ୍ଦେଗିକି-୨’ରେ ପ୍ରେରଣା ଚରିତ୍ରରେ ଏରିକା ଫର୍ଣ୍ଣାଣ୍ଡିଜ୍ ନଜର ଆସିବେ।