ପୁଣି ବିବାଦୀୟ ବୟାନ ଦେଲେ ସୁନୈନା: ହଁ, ରାକେଶ ରୋଶନ ମୋତେ ଚାପୁଡ଼ା ମାରିଥିଲେ, ମୋ ଜୀବନ ନର୍କ ହୋଇଗଲାଣି…

ମୁମ୍ବାଇ : କିଛି ଦିନ ହେଲାଣି ରୋଶନ ପରିବାର ବିବାଦରେ ରହିଛି । ବଲିଉଡ୍‌ ଅଭିନେତା ରିତିକ୍‌ ରୋଶନଙ୍କ ଭଉଣୀ ସୁନୈନାଙ୍କ ଉପରେ ତାଙ୍କ ନିଜ ଘରେ ଅତ୍ୟାଚାର କରାଯାଉଥିବାର ଅଭିଯୋଗ ଅଭିନେତ୍ରୀ କଙ୍ଗନାଙ୍କ ଭଉଣୀ ରଙ୍ଗାଲି ଆଣିବା ପରେ ସମସ୍ତଙ୍କ ନଜର ରୋଶନ ପରିବାର ଉପରେ ରହିଛି । ହଠାତ ଏଭଳି ଅବିଶ୍ୱସନୀୟ ଘଟଣା ସାମ୍ନାକୁ ଆସୁଥିବାରୁ ଲୋକେ ଏହାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି । ଗୁରୁବାର ରିତିକ୍‌ଙ୍କ ପୂର୍ବ ପତ୍ନୀ ସୁଜାନେ ଇନ୍‌ଷ୍ଟାରେ ରୋଶନ ପରିବାରର ଅବସ୍ଥା ଭଲ ନଥିବା କହିଥିଲେ । ଏହା ସହ ଯେଉଁ ଅପଚର୍ଚ୍ଚା ହେଉଛି ତାହାକୁ ମିଛ ବୋଲି କହିଥିଲେ । କିନ୍ତୁ ପୁଣି ରିତିକ୍‌ଙ୍କ ଭଉଣୀ ସୁନୈନା ବିବାଦୀୟ ବୟାନ ଦେଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି ।

taasir.com

ନିଜ ବୟାନରେ ରଙ୍ଗୋଲି କରିଥିବା ଟୁଇଟ୍‌କୁ ସତ ବୋଲି କହି ଗତ ବର୍ଷ ମୋ ବାପା ମୋତେ ଚାପୁଡ଼ା ମାରିଥିଲେ ବୋଲି କହିଛନ୍ତି ସୁନୈନା । ତାଙ୍କ ଅନୁଯାୟୀ, ଗତବର୍ଷ ମୁଁ ଫେସ୍‌ବୁକ୍‌ରେ ଜଣେ ମୁସ୍‌ଲିମ୍‌ ଯୁବକଙ୍କ ସଂପର୍କରେ ଆସିବା ପରେ ତାଙ୍କୁ ଭଲ ପାଇ ବସିଥିଲି । ତାଙ୍କ ସହ ରହିବାକୁ ଚାହୁଁଥିଲେ ମଧ୍ୟ ମୋ ବାପା ମୋ ପ୍ରେମିକକୁ ଆତଙ୍କବାଦୀ ବୋଲି କହି ମୋତେ ତାଙ୍କ ସହ ରହିବାକୁ ଦେଇ ନଥିଲେ । ମୋତେ ମାଡ଼ ମାରି ଘରେ ରହିବାକୁ ବାଧ୍ୟ କରିଥିଲେ । ମୋ ଭାଇ ଏବେ ମଧ୍ୟ ମୋତେ ଘର ଭିତରେ ବନ୍ଦ କରି ରଖୁଛନ୍ତି । ବର୍ଷକ ମଧ୍ୟରେ ମୋ ଜୀବନ ନର୍କ ହୋଇ ଗଲାଣି ବୋଲି କହିଛନ୍ତି ସୁନୈନା । ଏହା ସହ କଙ୍ଗନାଙ୍କୁ ସାହାଯ୍ୟ ମାଗିବା କଥାକୁ ମଧ୍ୟ ସୁନୈନା ସ୍ୱୀକାର କରିଛନ୍ତି ।

ସମ୍ବନ୍ଧିତ ଖବର