ମାତ୍ର ୧୮ ବର୍ଷରେ ହୋଇଥିଲା ସୁନୀଧିଙ୍କ ବିବାହ, ବର୍ଷକ ମଧ୍ୟରେ ଭାଙ୍ଗିଯାଇଥିଲା ସଂସାର

ନୂଆଦିଲ୍ଲୀ: ଲୋକପ୍ରିୟ ଓଡ଼ିଆ ଫିଲ୍ମ ଅଭିମନ୍ୟୁର ଶୀର୍ଷକ ଗୀତ ‘ଫସିଗଲା ଅଭିମନ୍ୟୁ ଚକ୍ରବ୍ୟୁହରେ’ ଗୀତ ଆପଣଙ୍କର ମନେଥିବ | ଏହି ଗୀତକୁ ଜଣାଶୁଣା କଣ୍ଠଶିଳ୍ପୀ ସୁନୀଧି ଚୌହାନ ଗାଇଥିଲେ | ତେବେ କେବଳ ଓଡ଼ିଆ ଗୀତ ନୁହେଁ ବରଂ ସେ ହିନ୍ଦୀ, ଭୋଜପୁରୀ, ମାଲାୟାଲମ୍, ପଞ୍ଜାବୀ, କନ୍ନଡ ଏବଂ ବଙ୍ଗଳା ସମେତ ଅନ୍ୟାନ୍ୟ ଭାଷାରେ ଦୁଇ ହଜାରରୁ ଅଧିକ ଗୀତ ଗାଇଛନ୍ତି। ତେବେ ସୁନୀଧି ଚୌହାନଙ୍କ ଜୀବନ ଅନେକ ଉତ୍ଥାନ-ପତନ ଦେଇ ଗତି କରିଛି। ସୁନୀଧି ତାଙ୍କ ଗୀତ ତଥା ବ୍ୟକ୍ତିଗତ ଜୀବନ ପାଇଁ ହେଡଲାଇନରେ ରହିଥିଲେ ।

ମିଳିଥିବା ସୂଚନା ମୁତାବକ ସୁନୀଧି ଦୁଇ ଜଣଙ୍କୁ ବିବାହ କରିଥିଲେ। ସୁନୀଧି ପ୍ରଥମେ କୋରିଓଗ୍ରାଫର ବବି ଖାନଙ୍କୁ ମାତ୍ର ୧୮ ବର୍ଷ ବୟସରେ ତାଙ୍କ ପରିବାର ସଦସ୍ୟଙ୍କ ବିରୁଦ୍ଧରେ ବିବାହ କରିଥିଲେ। ତେବେ ତାଙ୍କର ପ୍ରଥମ ବିବାହ ସଫଳ ହୋଇପାରିନଥିଲା । ମାତ୍ର ଗୋଟିଏ ବର୍ଷ ମଧ୍ୟରେ ଦୁହେଁ ଅଲଗା ହୋଇଯାଇଥିଲେ | ବାସ୍ତବରେ, ବବିଙ୍କ ପରିବାର ସଦସ୍ୟ ତାଙ୍କୁ କେବେ ବି ବୋହୂ ଭଳି ବ୍ୟବହାର କରିନଥିଲେ | ଯଦିଓ ବବି ତାଙ୍କୁ ଭଲ ପାଉଥିଲେ ଏବଂ ବୁଝୁଥିଲେ କିନ୍ତୁ ତାଙ୍କ ପରିବାର ସଦସ୍ୟଙ୍କ ହେତୁ ସେମାନଙ୍କ ସମ୍ପର୍କ ଅଧିକ ଦିନ ତିଷ୍ଠି ପାରି ନଥିଲା।

ତାଙ୍କର ପ୍ରଥମ ବିବାହ ବିଫଳ ହେବା ପରେ ସୁନୀଧି ଦ୍ୱିତୀୟ ଥର ପାଇଁ ମ୍ୟୁଜିକ କମ୍ପୋଜର ହିତେଶ ସୋନିକଙ୍କୁ ବିବାହ କରିଥିଲେ। ହିତେଶ ଏବଂ ସୁନୀଧିଙ୍କର ମଧ୍ୟ ଏକ ପୁଅ ଅଛି। ତାଙ୍କ ପୁଅର ନାମ ତେଜ ସୋନିକ। ସୁନିଧି ତାଙ୍କ ଦ୍ୱିତୀୟ ସ୍ୱାମୀ ହିତେଶ ସୋନିକଙ୍କ ସହ ଅତ୍ୟନ୍ତ ଖୁସି ଅଛନ୍ତି।

ସମ୍ବନ୍ଧିତ ଖବର