ଲାଇଭ୍‌ ସୋ’ ଚାଲିଥିବା ବେଳେ ପରସ୍ପରକୁ ମାଡ଼ ମାରିଲେ ସୁନୀଲ ଗ୍ରୋଭର ଏବଂ ଶିଳ୍ପା ସିନ୍ଦେ

ମୁମ୍ବାଇ : କିଛି ଦିନ ହେବ ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର ଏବଂ ବିଗ୍‌ ବସ୍‌ ସିଜିନ୍‌-୧୧ର ବିଜେତା ଶିଳ୍ପା ସିନ୍ଦେଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓରେ ନଜର ଆସୁଥିବା ଦୃଶ୍ୟକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଭିଡ଼ିଓରେ ସୁନୀଲ ଗ୍ରୋଭର ଏବଂ ଶିଳ୍ପା ସିନ୍ଦେ ପରସ୍ପରକୁ ମାଡ଼ ମାରୁଥିବାର ଦେଖିବାକୁ ମିଳିଛି । ଏହି କଥାଟି ଶୁଣିବା ପରେ ଆପଣମାନେ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ ।

Hindustan Times

ଦୁଇ ଜଣ ଏତେ ଭଲ ବନ୍ଧୁ ହୋଇ ମଧ୍ୟ କ’ଣ ପାଇଁ ପରସ୍ପରକୁ ମାଡ଼ ମାରୁଛନ୍ତି ସେ ନେଇ ଆପଣଙ୍କ ମନରେ ପ୍ରଶ୍ନ ନିଶ୍ଚୟ ଉଠୁଥିବ । ତେବେ ଏ ଦୁଇ ଜଣ ସତରେ ନୁହେଁ ବରଂ ନିଜର କମେଡ଼ି ସୋ’ ଜିଓ ଧନ୍‌ ଧନା ଧନ୍‌ ପାଇଁ ଏପରି କରିଥିବା ଜଣାପଡ଼ିଛି । ଏହି ନୂଆ ସୋ’ରେ ଦୁଇ ଜଣ ସ୍ୱାମୀ-ସ୍ତ୍ରୀ ହୋଇଥିବାରୁ ସ୍ୱାମୀ-ସ୍ତ୍ରୀଙ୍କ ଭଳି ଝଗଡ଼ା କରୁଥିବାର ଦେଖିବାକୁ ମିଳିଛି । ସୁନୀଲଙ୍କ ଏହି ନୂଆ ସୋ’କୁ ସମସ୍ତେ ପସନ୍ଦ କରୁଥିବା ବେଳେ ତାଙ୍କୁ ଗୋଟେ ପରେ ଗୋଟେ ଫିଲ୍ମର ଅଫର ମିଳୁଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର