ନାରଦଙ୍କ ଭଳି କଳି ଭିଆଉଛନ୍ତି ସୁନୀଲ ଗ୍ରୋଭର୍‌ ! ଜାଣନ୍ତୁ ଘଟଣାଟି କ’ଣ

ମୁମ୍ବାଇ: କମେଡିଆନଭାବେ ଦର୍ଶକମାନଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ ଅଛନ୍ତି ଅଭିନେତା ସୁନୀଲ ଗ୍ରୋଭର୍‌। ସେ ପ୍ରାୟ ୨୦ ବର୍ଷ ତଳେ ମୁକ୍ତିିଲାଭ କରିଥିବା ସୁପରହିଟ୍‌ ସିନେମା ‘ପ୍ୟାର୍‌ ତୋ ହୋନା ହି ଥା’ ଜରିଆରେ ବଲିଉଡରେ ପ୍ରବେଶ କରି ପ୍ରଥମେ ଅଭିନୟ କରିଥିଲେ। ସେତେବେଳେ ସୁନୀଲ୍‌ ଥିଲେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର।‘ପ୍ୟାର୍‌ ତୋ ହୋନା ହି ଥା’ରେ ସୁନୀଲ ଗ୍ରୋଭର୍‌ ତାଙ୍କ ଭୂମିକାଟିକୁ ମଧ୍ୟ ଖୁବ୍‌ ନିଷ୍ଠାର ସହିତ ନିଭାଇଥିଲେ। ‘ପ୍ୟାର୍‌ ତୋ ହୋନା ହି ଥା’ପରେ ସୁନୀଲ ଗ୍ରୋଭର୍‌ ମାହୋଲ୍‌ ଠିକ୍‌ ହେ,ଦ ଲିଜେଣ୍ଡ ଅଫ୍‌ ଭଗତ ସିଂହ,ଇନ୍‌ସାନ୍‌,ଫ୍ୟାମିଲି ଟାଇମ ଅଫ୍‌ ବ୍ଲଡ୍‌,ଗଜିନୀ,ହିରୋପନ୍ତୀ ଓ କଫି ଉଇଥ୍‌ ଡି ସିନେମାରେ କାମ କରିଛନ୍ତି।

ସେ ପୁଣି ବଡ଼ ପରଦାକୁ ଆସୁଛନ୍ତି। ଏଥିମଧ୍ୟରୁ ଗୋଟିଏ ସିନେମା ହେଲା ବିଶାଲ ଭରଦ୍ୱାଜଙ୍କ ମୁକ୍ତି ପ୍ରତୀକ୍ଷିତ ‘ପଟାଖା’। ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ  ସୁନୀଲ ଗ୍ରୋଭର୍‌।

ଏହାର କାହାଣୀରେ ନାରଦ ମୁନି ହେଉଛନ୍ତି ସୁନୀଲ ଗ୍ରୋଭର୍‌ । ପୁରାଣରେ ନାରଦ ହେଉଛନ୍ତି କଳି ଭିଆଉଥିବା ବ୍ୟକ୍ତି। ‘ପଟାଖା’ରେ ଦୁଇ ଭଉଣୀଙ୍କ ଭିତରେ କଳି ଲଗାଇଥାନ୍ତି ଅଭିନେତା ସୁନୀଲ ଗ୍ରୋଭର୍‌। ଏହି ସିନେମାରେ ଦୁଇ ଭଉଣୀ ଭୂମିକାରେ ଅଛନ୍ତି ରାଧିକା ମଦାନ୍‌ ଏବଂ ସନାୟା ମାଲହୋତ୍ରା। କେତେବେଳେ ସୁନୀଲଙ୍କୁ ସ୍କୁଲ ବାହାରେ କାକୁଡି ବିକୁଥିବାର ଦେଖିବାକୁ ମିଳିବ ତ,ପୁଣି କେତେବେଳ ସେ ବନିଛନ୍ତି ଶାଢ଼ି ବିକାଳୀ।ତାଙ୍କ ଚରିତ୍ରରେ ଭିନ୍ନତା ଅଛି।

‘ପଟାଖା’ଫିଲ୍ମ ଜରିଆରେ ଛୋଟ ପରଦାରେ ଡକ୍ଟର ଗୁଲାଟି ଓରଫ୍‌ ସୁନୀଲ ଗ୍ରୋଭର ପୁଣି ଚମକିବେ ବୋଲି ଆଶା କରାଯାଉଛି।ପ୍ରଖ୍ୟାତ ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜଙ୍କ ନୂଆ ସିନେମା ‘ପଟାଖା’ ସେପ୍ଟେମ୍ବର ୨୮ ତାରିଖରେ ରିଲିଜ୍‌ ହେବ ବୋଲି ଜଣାଯାଇଛି। ମକ୍‌ଡି,ମକବୁଲ୍‌,ଓମ୍‌କାରା,ହାଇଦର୍ ଓ କମୀନେ ପରି ହିଟ୍‌ ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ବିଶାଲ ଭରଦ୍ୱାଜ ।ଏହାର ଟ୍ରେଲର୍‌ ଅଗଷ୍ଟ ୧୫ରେ ରିଲିଜ୍‌ ହୋଇସାରିଛି। ଏହାର ମୁଖ୍ୟ କଳାକାରମାନେ ସନାୟା ମାଲହୋତ୍ରା,ରାଧିକା ମଦାନ୍‌,ସୁନୀଲ ଗ୍ରୋଭର୍‌ ଓ ବିଜୟ ରାଜ୍‌।

ସମ୍ବନ୍ଧିତ ଖବର