ହୃଦଘାତ ପରେ ସୁନୀଲ ଗ୍ରୋଭରଙ୍କ ହେଲା ୪ଟି ବାଇପାସ ସର୍ଜରୀ, କରୋନାରେ ମଧ୍ୟ ହୋଇଥିଲେ ଆକ୍ରାନ୍ତ

ମୁମ୍ବାଇ: ପ୍ରାୟ ୧ମାସ ପରେ ଡାକ୍ତରଖାନାରୁ ଡିସଚାର୍ଜ ହେଲେ ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର। ଗତ ଜାନୁଆରି ୮ତାରିଖରେ ଛାତିରେ ଯନ୍ତ୍ରଣା ହେବାରୁ ସେ ମୁମ୍ବାଇର ଏସିଆନ୍ ହାର୍ଟ ଇନଷ୍ଟିଚ୍ୟୁଟ୍ ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରେ ତାଙ୍କର ସାମାନ୍ୟ ହୃଦଘାତ ହୋଇଥିବା ଜଣାପଡ଼ିଥିଲା। ତେବେ ୪ଟି ବାଇପାସ ସର୍ଜରୀ ପରେ ଏବେ ସେ ଘରକୁ ଫେରିଛନ୍ତି। ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ଏବେ ସୁନୀଲଙ୍କ ସ୍ବାସ୍ଥ୍ୟାବସ୍ଥା ସହ ଜଡ଼ିତ ତଥ୍ୟ ଦେଇଛନ୍ତି।

aajtak

ଡାକ୍ତରଙ୍କ କହିବା ମୁତାବକ, ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ସୁନୀଲ ଗ୍ରୋଭର ଜାନୁଆରି ୮ରେ ଏସିଆନ୍ ହାର୍ଟ ଇନଷ୍ଟିଚ୍ୟୁଟ୍ ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରେ  ହାସ୍ୟ ଅଭିନେତାଙ୍କର ହାର୍ଟ ଏନଜାଇମ୍ ସ୍ତର ବୃଦ୍ଧି ପାଇଥିବା ଦେଖାଯାଇଥିଲା ଓ ସାମାନ୍ୟ ହୃଦଘାତ ହୋଇଥିବା ମଧ୍ୟ ଜଣାପଡ଼ିଥିଲା। ଏହା ପରେ ପରେ ସେ କରୋନା ଆକ୍ରାନ୍ତ ହୋଇଥିଲେ। ପ୍ରଥମେ ହୃଦ ସମସ୍ୟ ପାଇଁ ସୁନୀଲଙ୍କୁ ଔଷଧ ଦିଆଯିବା ସହ ୧୨ ଦିନ ପରେ ତାଙ୍କର କରୋନାରୀ ଆଞ୍ଜିଓଗ୍ରାମ କରାଯାଇଥିଲା। ଏହା ପରେ ତାଙ୍କ ହୃଦୟରେ ବ୍ଲକେଜ ଥିବା ଜଣାପଡ଼ିଥିଲା, ଯେଉଁଥିପାଇଁ ତାଙ୍କର ୪ଟି ବାଇପାସ ସର୍ଜରୀ କରାଯାଇଥିଲା। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସହ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି।

 

ସମ୍ବନ୍ଧିତ ଖବର