ଯେଉଁ ଦଳ ଏହି କାମ କରି ଦେବ, ମୁଁ ସେହି ଦଳକୁ ଭୋଟ୍‌ ଦେବି: ସୁନୀଲ ଗ୍ରୋଭର

ମୁମ୍ବାଇ : ମାର୍ଚ୍ଚ ୨୧ରେ ସାରା ଦେଶବାସୀ ହୋଲି ପାଳନ କରିଥିଲେ । ବିଭିନ୍ନ ପ୍ରକାରର ରଙ୍ଗରେ ରଙ୍ଗୀନ ହୋଇ ମିଠା ଖାଇବା ସହ କଳାକାରମାନେ ନିଜ ନିଜ ପ୍ରଶଂସକମାନଙ୍କୁ ହୋଲିର ଶୁଭେଚ୍ଛା ଜଣାଇଥିଲେ । ଏ ସବୁ ମଧ୍ୟରେ ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର ଯେଉଁ ଟୁଇଟ୍‌ କରିଥିଲେ, ତା’କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ହୋଲି ପର୍ବ ଗୋଟେ ଦିନ ପାଳନ କରାଯାଉ ଥିବାରୁ ସେ ନିରାଶ ହୋଇ ଟୁଇଟ୍‌ କରିଥିବା ଦେଖା ଯାଇଥିଲା । ଆଗକୁ ଲୋକସଭା ନିର୍ବାଚନ ଥିବାରୁ ତାଙ୍କର ଏଭଳି ଟୁଇଟ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଟୁଇଟ୍‌ କରି, ହୋଲି ଶେଷ । ହୋଲି ବର୍ଷକେ ୩ଦିନ ହେବା ଦରକାର । ଯେଉଁ ଦଳ ଏପରି କରିବା ପାଇଁ ପ୍ରତିଶ୍ରୁତି ଦେବ, ମୁଁ ସେହି ଦଳକୁ ଭୋଟ୍‌ କରିବି ବୋଲି ଲେଖିଥିଲେ ସୁନୀଲ । ନିଜର ଏଭଳି ଟୁଇଟ୍‌ ପାଇଁ ସୁନୀଲଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ପୂର୍ବରୁ କପିଲଙ୍କ ସହ ତାଙ୍କର ଝଗଡ଼ାକୁ ନେଇ ସେ ଚର୍ଚ୍ଚାର ପରିସରକୁ ଆସିଥିଲେ । ପାଖା ପାଖି ଗୋଟେ ବର୍ଷର ବ୍ୟବଧାନ ପରେ ଦୁହିଁଙ୍କ ମଧ୍ୟରେ ଥିବା ତିକ୍ତତା ଏବେ କମ ହେଉଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର