ସମୁଦ୍ର ପାର ନ ହୋଇ ଲଙ୍କାରେ ପହଂଚିଥିଲେ ଧାରାବାହିକର ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣ

ମୁମ୍ବାଇ: ରାମାନନ୍ଦ ସାଗରଙ୍କ ରାମାୟଣରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ସୁନୀଲ ଲାହିରି ଗତ କିଛି ସପ୍ତାହ ଧରି ସୋ’ର ପ୍ରତ୍ୟେକ ଏପିସୋଡ ସହ ଜଡିତ କାହାଣୀ ବାଣ୍ଟିଆସୁଛନ୍ତି । ସମ୍ପ୍ରତି ସେ ଶୋ’ର ୩୫ ତମ ଏପିସୋଡ୍ ସହିତ ଜଡିତ କିଛି ସ୍ମୃତି କହିଥିଲେ | ସୁନୀଲ ଲାହିରି କହିଛନ୍ତି ଯେ ରାମ-ଲକ୍ଷ୍ମଣଙ୍କ ସମୁଦ୍ର କୂଳ ଦୃଶ୍ୟ ପ୍ରକୃତରେ ସମୁଦ୍ର କୂଳରେ ଶୁଟ କରାଯାଇ ନାହିଁ। ଏକ ଚିତ୍ର ସେୟାର କରି ସୁନୀଲ ଲାହିରି ତାଙ୍କ ଭିଡିଓରେ କହିଛନ୍ତି ଯେ ଯେତେବେଳେ ଶ୍ରୀରାମ ଲକ୍ଷ୍ମଣଙ୍କୁ କହିଥିଲେ ଯେ ଚାଲ ସମୁଦ୍ରକୁ ପୂଜା କରିବା, ସେହି ଦୃଶ୍ୟ ପ୍ରକୃତରେ ସମୁଦ୍ର କୂଳରେ ଶୁଟ କରାଯାଇ ନଥିଲା।

 

View this post on Instagram

 

Ramayan 35 shooting Ke Piche ki Kuchh Ankahi chatpati baten

A post shared by Sunil Lahri (@sunil_lahri) on


ସେ ଏକ ଦୃଶ୍ୟ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ରାମ ଲକ୍ଷ୍ମଣ, ହନୁମାନ, ସୁଗ୍ରୀବ ଏକାଠି ଠିଆ ହୋଇଥିବାର ଦେଖିବାକୁ ମିଳିଛି। ଭିଡିଓରେ ସୁନୀଲ ଲାହିରି କହିଛନ୍ତି, “ଗତକାଲିର ଏପିସୋଡରେ ଆପଣ ନିଶ୍ଚୟ ଦେଖିଥିବେ ଯେ ଆମେ ସମୁଦ୍ର କୂଳରେ ପହଞ୍ଚିଛୁ ଏବଂ ଲଙ୍କା ଅତିକ୍ରମ କରିବାକୁ ପଡିବ। ସମୁଦ୍ର କୂଳ ଷ୍ଟୁଡିଓ ସାମ୍ନାରେ ଥିଲା କିନ୍ତୁ ଆମେ ସମୁଦ୍ର କୁଳରେ ଦୃଶ୍ୟୟନ କରିନଥିଲୁ | ସେହି ଦୃଶ୍ୟଟି ଷ୍ଟୁଡିଓ ଭିତରେ କରାଯାଇଥିଲା। କିଛି ବାଲି ଅଣାଯାଇଥିଲା ଏବଂ ସେଟରେ ବାଲି ରଖାଯାଇଥିଲା | ଏହାପରେ କ୍ରୋମାରେ ଶୁଟ କରାଯାଇଥିଲା। “

ସମ୍ବନ୍ଧିତ ଖବର