ରାବଣଙ୍କୁ ଭେଟିଲେ ଲକ୍ଷ୍ମଣ, ମନେପଡ଼ିଲା ପୁରୁଣା ଦିନର ସ୍ମୃତି

ନୂଆଦିଲ୍ଲୀ: ରାମାନନ୍ଦ ସାଗରଙ୍କ ରାମାୟଣରେ ଲକ୍ଷ୍ମଣ ଭାବରେ ଅଭିନୟ କରିଥିବା ସୁନୀଲ ଲାହ୍ରି ଶନିବାର ନିଜ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ଏକ ଚିତ୍ର ସେୟାର କରିଛନ୍ତି। ଏଥିରେ ଭେଟେରାନ୍ ଅଭିନେତା ଅରବିନ୍ଦ ତ୍ରିବେଦୀ ମଧ୍ୟ ରହିଛନ୍ତି, ଯିଏ ପୁରାଣ ଧାରାବାହିକରେ ରାବଣ ଭୂମିକାରେ ଅଭିନୟ କରିଥିଲେ | ଲାହ୍ରି ତାଙ୍କ ପୋଷ୍ଟରେ ପ୍ରକାଶ କରିଛନ୍ତି ଯେ ଖ୍ରୀଷ୍ଟମାସ ସମୟରେ ଏହି ଫଟୋ ନିଆଯାଇଥିଲା ଏବଂ ସେ ଏହାର କ୍ୟାପସନ୍ ଦେଇଛନ୍ତି: “ଖ୍ରୀଷ୍ଟମାସରେ ଅରବିନ୍ଦ ତ୍ରିବେଦୀ (ରାବଣ) ଙ୍କ ସହ ଭଲ ସମୟ ଅତିବାହିତ ହୋଇଛି।

ତାଙ୍କର ଆଶୀର୍ବାଦ ଏବଂ ପରାମର୍ଶ ପାଇଛି। ଯେଉଁଥିପାଇଁ ମୁଁ ନିଜକୁ ଭାଗ୍ୟବାନ ମନେ କରେ।” ଏଠାରେ ସୂଚନା ଥାଉ କି ଗତ ସପ୍ତାହରେ, ରାମାୟଣରେ ସୀତା ଭାବରେ ଅଭିନୟ କରିଥିବା ଦୀପିକା ଚିଖଲିଆ ଶୋ’ର ପୁରା ଅଭିନେତା-ଅଭିନେତ୍ରୀଙ୍କ ସହ ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରିଥିଲେ, ଯାହା ଭାଇରାଲ ହୋଇଥିଲା ।

ଦୀପିକା ପୋଷ୍ଟର କ୍ୟାପସନରେ ଲେଖିଥିଲେ ଯେ : “ରାମାୟଣ କାଷ୍ଟ ଏବଂ କ୍ରୁ ଙ୍କ ସହ ବିରଳ ଫଟୋ । ପୁଅଙ୍କ ସହ ସାଗର ସାହେବ ଏବଂ ସେମାନଙ୍କ ତଳେ ନିର୍ଦ୍ଦେଶନା ଦଳ ଏବଂ କ୍ୟାମେରା ଦଳ | ରାବଣଙ୍କ ଛଡା ପ୍ରାୟ ସମସ୍ତେ ସେଠାରେ ଥିଲେ। ଏତେ ସଂଖ୍ୟକ ଅଭିନେତା ଆଉ ନାହାଁନ୍ତି” | ଏଠାରେ ସୂଚନା ଥାଉ କି ଗତ ମାସ ଲକଡାଉନ ପାଇଁ ଘରେ ରହୁଥିବା ଲୋକଙ୍କ ମନୋରଞ୍ଜନ ପାଇଁ ଦୂରଦର୍ଶନ ପକ୍ଷରୁ ରାମାୟଣର ପୁନଃ ପ୍ରସାରଣ ଆରମ୍ଭ କରାଯାଇଥିଲା |

ସମ୍ବନ୍ଧିତ ଖବର