ମୁମ୍ବାଇ: ହାସ୍ୟ ଅଭିନେତା ତଥା ଅଭିନେତା ସୁନୀଲ ପାଲ ଗତ ୨୪ଘଣ୍ଟା ଧରି ନିଖୋଜ ଥିଲେ। ତାଙ୍କ ପତ୍ନୀ ସୁନୀଲ ପାଲଙ୍କ ନିଖୋଜ ଅଭିଯୋଗ ଦେବା ପାଇଁ ମଙ୍ଗଳବାର ମୁମ୍ବାଇର ସାଣ୍ଟା କ୍ରୁଜ ପୁଲିସ ଷ୍ଟେସନରେ ପହଞ୍ଚିଥିଲେ। ସୁନୀଲଙ୍କ ପତ୍ନୀ ପୁଲିସକୁ କହିଥିଲେ ଯେ, ସେ ହାସ୍ୟ ଅଭିନେତାଙ୍କ ସହ ଯୋଗାଯୋଗ କରିପାରୁନାହାନ୍ତି। ତାଙ୍କ ଫୋନ ବହୁତ ସମୟ ହେଲାଣି ବନ୍ଦ ରହିଛି। ପତ୍ନୀଙ୍କ ଏହି ଅଭିଯୋଗ ପରେ ପୁଲିସ ତଦନ୍ତ କରିବାରୁ ବର୍ତ୍ତମାନ ସୁନୀଲ ପାଲଙ୍କ ପତ୍ତା ମିଳିଥିବା ସାମ୍ନାକୁ ଆସିଛି।
ସୂଚନା ମୁତାବକ, ସୁନୀଲ ମୁମ୍ବାଇ ବାହାରକୁ ଏକ ସା’ କରିବାକୁ ଯାଇଥିବା ବେଳେ ଡିସେମ୍ବର ୩ରେ ଫେରିଆସିବି ବୋଲି କହିଥିଲେ। ହେଲେ କହିବା ମୁତାବକ, ସେ ଡିସେମ୍ବର ୩ରେ ଫେରିନଥିଲେ। କାରଣ ଜାଣିବା ପାଇଁ ତାଙ୍କ ପତ୍ନୀ ଫୋନ କରିବାରୁ ତାଙ୍କ ଫୋନ ବନ୍ଦ ଆସିଥିଲା। କିଛି ଘଣ୍ଟା ଫୋନ ବନ୍ଦ ରହିବା ପରେ ସେ ବାଧ୍ୟ ହୋଇ ପୁଲିସରେ ଅଭିଯୋଗ କରିବାକୁ ପହଞ୍ଚିଥିଲେ। ହେଲେ ପୁଲିସ ଏତଲା ନଲେଖି ସିଧା ସୁନୀଲଙ୍କୁ ଖୋଜିବା ଆରମ୍ଭ କରିଥିଲା।
ତେବେ ତଦନ୍ତ ଜରିବା ସହ ପୁଲିସ ସୁନୀଲଙ୍କ ଫୋନକୁ କଲ୍ କରିବାରୁ ସେ ଫୋନ ଉଠାଇଥିଲେ। ଡିସେମ୍ବର ୩ରେ ଘରକୁ ନଫେରିବାର କାରଣ ପୁଲିସ ପଚାରିବାରୁ ସେ କହିଥିଲେ, ଫୋନ ଖରାପ ହୋଇଯାଇଥିଲା। ତେଣୁ ମୁଁ ବୁଧବାର ଘରେ ପହଞ୍ଚିବି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/12/04/2LXUC782WlZ0BaA7c83h.jpg)