‘ଗୁଟ୍‌କା କିଙ୍ଗ୍‌’ ଟ୍ୟାଗ୍‌ ନେଇ ସୁନୀଲ ସେଟ୍ଟିଙ୍କ ଜବାବ: ‘ଭାଇ ତୁ ଆପ୍‌ନା ଚସ୍‌ମା…’

ଚଣ୍ଡିଗଡ଼ : ‘ପାନ ମସାଲା’ ବ୍ରାଣ୍ଡ୍‌କୁ ନେଇ ବିବାଦ ଶେଷ ହେବାର ନାଁ ନେଉନି। ଗତ ମାସରେ ଅଭିନେତା ଅକ୍ଷୟ କୁମାର ଟବାକୋ ବ୍ରାଣ୍ଡ୍‌କୁ ପ୍ରମୋଟ୍‌ କରି ବିବାଦ ଘେରକୁ ଆସିଥିଲେ। କଡ଼ା ସମାଲୋଚନାର ଶିକାର ହେବାପରେ ଏହି ସୁପରଷ୍ଟାର୍‌ ସୋସିଆଲ ମିଡିଆରେ କ୍ଷମା ମାଗିଥି‌ଲେ ଏବଂ ଏହି ବିଜ୍ଞାପନ ବାବଦରେ ପାଇଥିବା ସମସ୍ତ ଟଙ୍କାକୁ ସେ ଏକ ଭଲ କାମରେ ଲଗାଇବେ ବୋଲି କହିଥିଲେ। ନିକଟରେ ପୁଣି ଜଣେ ଟ୍ବିଟର ୟୁଜର ଅଜୟ ଦେବଗନ, ଶାହରୁଖ ଖାନ୍‌ ଏବଂ ଅକ୍ଷୟ କୁମାର ଥିବା ଏହି ସମାନ ହୋର୍ଡିଂର ବିଜ୍ଞାପନକୁ ବିରୋଧ କରିଛନ୍ତି।

ଏକ ଟ୍ବିଟ୍‌ କରି ସେ ଲେଖିଛନ୍ତି , ‘ ଇତ୍‌ନେ ଆଡ୍‌ ଦେଖ୍‌ ଲିଏ ଇସ୍‌ ହାଇୱେ ପେ କି ଅବ୍‌ ଗୁଟ୍‌ଖା ଖାନେ କା ମନ କର୍‌ ରହା ହେ’। ଅନ୍ୟ ଜଣେ ଟ୍ବିଟର ୟୁଜର ଏହି ସମାନ ପୋଷ୍ଟ୍‌କୁ ପୁଣିଥ‌ରେ ସେୟାର କରି ଏଥିରେ ସେ ଭୁଲ୍‌ରେ ସୁନୀଲ ସେଟ୍ଟିଙ୍କୁ ଟ୍ୟାଗ୍‌ କରିଛନ୍ତି। ସମ୍ପୃକ୍ତ ୟୁଜର ଜଣଙ୍କ ସୁନୀଲ ସେଟ୍ଟିଙ୍କୁ ଗୁଟ୍‌କା କିଙ୍ଗ୍‌ କହିଛନ୍ତି। ତେବେ ସୁନୀଲ ଏଥିରେ କଡ଼ା ପ୍ରତିକ୍ରିୟା ରଖି କହିଛନ୍ତି, ‘ ଭାଇ ତୁ ଆପ୍‌ନା ଚସ୍‌ମା ଆଡଜଷ୍ଟ୍‌ କର ଲେ ୟା ବଦଲ୍‌ ଦେ’। ତେବେ ଏହାପରେ ୟୁଜର ଜଣଙ୍କ ନିଜ ଭୁଲ୍‌ ଜାଣିବାପରେ ସେ ତୁରନ୍ତ ସୁନୀଲ ସେଟ୍ଟିଙ୍କୁ କ୍ଷମା ମାଗିଥିଲେ। ଭୁଲ୍‌ବଶତଃ ସେ ଏମିତି କରିଦେଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର