ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ତଥା ବ୍ୟବସାୟୀ ସଞ୍ଜୟ କପୁର ଜୁନ୍ ୧୨ ତାରିଖରେ ଇଂଲଣ୍ଡରେ ପୋଲୋ ଖେଳୁଥିବା ସମୟରେ ହୃଦଘାତରେ ମୃତ୍ୟୁବରଣ କରିଥିଲେ। ସଞ୍ଜୟ କପୁରଙ୍କ ମୃତ୍ୟୁର ୮ ଦିନ ପରେ ଆଜି ଅର୍ଥାତ୍ ଗୁରୁବାର ଦିଲ୍ଲୀରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା। ସଞ୍ଜୟ କପୁରଙ୍କ ପାଇଁ ପ୍ରାର୍ଥନା ସଭା ଜୁନ୍ ୨୨ ତାରିଖରେ ଅନୁଷ୍ଠିତ ହେବ। ସଞ୍ଜୟ କପୁରଙ୍କ ପୂର୍ବତନ ପତ୍ନୀ କରିସ୍ମା କପୁର ନିଜ ପିଲାମାନଙ୍କ ସହିତ ଶେଷକୃତ୍ୟରେ ଯୋଗଦେଇଥିଲେ। ଏହା ସହ କରୀନା କପୁର ଖାନ୍ ଓ ସୈଫ୍ ଅଲୀ ଖାନ୍ ମଧ୍ୟ କରିସ୍ମାଙ୍କ ସହ ଦିଲ୍ଲୀ ଯାଇଥିଲେ।
ସଞ୍ଜୟଙ୍କ ମୃତ୍ୟୁ ହୃଦଘାତ ପାଇଁ ହୋଇଥିବା ବେଳେ ଏବେ ତାଙ୍କ ଶେଷ ସମୟର ଭିଡିଓ ସାମ୍ନକେୁ ଆସିଛି। ଭିଡିଓରେ ସେ ପଡ଼ିଆରେ ଅଚେତ୍ ହୋଇ ପଡ଼ିଥିବା ବେଳେ ତାଙ୍କୁ ସିପିଆର ଦିଆଯାଉଛି। ପାଖରେ ଆମ୍ବୁଲାନ୍ସ ଓ କିଛି ଲୋକ ଠିଆ ହୋଇଥିବା ଦେଖିବାକୁ ମିଳିଛି। ସଞ୍ଜୟଙ୍କ ମୁହଁ ଦିଶୁନଥିବା ବେଳେ ଏହା ତାଙ୍କର ଶେଷ ସମୟର ଭିଡ଼ିଓ ବୋଲି ଦାବି କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/06/21/tsfgs-2025-06-21-14-29-58.jpg)