ପିଲାମାନେ ପଚାରନ୍ତି ବାପା କାହାଁନ୍ତି? ଜେଲ୍‌ରେ ବନ୍ଦୀ ଥିବା ସଂଜୟଙ୍କ ପତ୍ନୀ କହନ୍ତି ପିଲାଙ୍କୁ ଉତ୍ତରରେ କହନ୍ତି ଏହି ମିଛ!

ମୁମ୍ବାଇ: ବହୁତ ଦିନର ବ୍ୟବଧାନ ପରେ ପୁଣିଥରେ ବଲିଉଡ଼୍‍ରେ ଅଭିନେତା ସଂଜୟ ଦତ୍ତଙ୍କର କମ୍‌ବ୍ୟାକ୍‌ ଫିଲ୍ମ ‘ଭୂମି’ ୨୨ସେପ୍ଟେମ୍ବରରେ ରିଲିଜ୍‌ ହେବାକୁ ଥିବାବେଳେ, ଏବେ ସଂଜୟ ଉମଂଗ୍‌ କୁମାର୍‌ଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର ପ୍ରମୋସନ୍‌ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ତେବେ ଫିଲ୍ମକୁ ନେଇ ହୋଇଥିବା ଏକ  ଇଣ୍ଟରଭ୍ୟୁରେ ଏହି ଅଭିନେତା ଜଣଙ୍କ ନିଜ ଜୀବନୀକୁ ନେଇ ଏପରି ଏକ କଥାକୁ ସେୟାର୍‌ କରିଛନ୍ତି; ଯାହାକୁକି ଶୁଣିଲାପରେ ଆପଣମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ନିଶ୍ଚୟ। ଆଉ ସେ କଥାଟି ହେଉଛି, ଯେତେବେଳେ ମୁନ୍ନାଭାଇ ଓରଫ୍‌ ସଂଜୟ ଦତ୍ତ ଜେଲ୍‌ର ଅନ୍ଧାରୀ କୋଠରୀରେ ତାଙ୍କର ଜୀବନ କଟାଉଥିଲେ, ସେତେବେଳେ ତାଙ୍କ ପିଲା ଅର୍ଥାତ୍‌ (ପୁଅ ଶାରହାରନ ଏବଂ ଝିଅ ଇକ୍‌ରା) ମା’ ମାନ୍ୟତାଙ୍କୁ ପିତା ସଂଜୟଙ୍କ ବିଷୟରେ ପଚାରୁଥିଲେ। ହେଲେ ମାନ୍ୟତା ସେମାନଙ୍କୁ ପିତା ସଂଜୁଙ୍କ ବିଷୟରେ ମିଛ କହୁଥିଲେ ଯେ ସେ କୁଆଡ଼େ ସୁଟିଂ କାର୍ଯ୍ୟରେ ସହର ବାହାରକୁ ଯାଇଛନ୍ତି। ଏଥିସହିତ ତାଙ୍କ ଅନୁପସ୍ଥିତି ଯୋଗୁଁ  ତାଙ୍କର ପରିବାର
ବହୁତ କିଛି ଅସୁବିଧାର ସାମ୍ନା କରିବାଥିବା ସହିତ ପ୍ରତି ୧୫ ଦିନରେ ଥରେ ପରିବାର ଲୋକଙ୍କ ସହିତ ଫୋନ୍‌ ମାଧ୍ୟମରେ କଥା ହେଉଥିଲେ ବୋଲି ଅତି ଦୁଃଖର ସହିତ କହିଛନ୍ତି ଅଭିନେତା ସଂଜୟ ଦତ୍ତ!
ସମ୍ବନ୍ଧିତ ଖବର